ଓଡ଼ିଶା ଫେରି ଶ୍ରୀଜିଉଙ୍କ ଦର୍ଶନ କଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନୂଆ ସଭାପତି ଭାବେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ନିଯୁକ୍ତ ହେବା ପରେ ନୂଆଦିଲ୍ଲୀରୁ ଆସି ଗତକାଲି ଭୁବନେଶ୍ୱର ପହଞ୍ଚିଥିଲେ। ତାଙ୍କ ସହିତ ଏଆଇସିସି ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂ, ଏଆଇସିସି ସଂପାଦକ ରୁଦ୍ର ରାଜୁ, ଅନିଲ୍‌ କୁମାର ଚୌଧୁରୀ, ସେକ୍‌ ମସ୍ତାନ, ଯୁଗ୍ମ ସଂପାଦକ ଆଦିତ୍ୟ ଶର୍ମା, ପ୍ରଦେଶ କଂଗ୍ରେସ କମିଟିର ନବନିଯୁକ୍ତ ତିନିଜଣ କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବି ବିଶ୍ୱାଳ, ନବ ଦାସ ଓ ପ୍ରଦୀପ ମାଝି  ଏବଂ ବିଭିନ୍ନ ପଦବି ଅଳଙ୍କୃତ କରିଥିବା ପଦାଧିକାରୀମାନେ ମଧ୍ୟ ଭୁବନେଶ୍ୱର ପହଞ୍ଚିଥିଲେ। ତେବେ ରବିବାର ସକାଳୁ ସକାଳୁ ପୁରୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ପ୍ରଦୀପ ମାଝି, ନବ ଦାସ , ଚିରଞ୍ଜୀବି ବିଶ୍ୱାଳ, ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିଥିଲେ।

 

ଶ୍ରୀଜିଉଙ୍କୁ ଦର୍ଶନ କରି ସାରିବା ପରେ ପିସିସି ସଭାପତି କହିଛନ୍ତି, ଦଳକୁ ମଜଭୁତ କରିବା ସହ ଓଡିଶାବାସୀଙ୍କ ପାଇଁ ସେ ମହାପ୍ରଭୁଙ୍କ ନିକଟରେ ଶୁଭ ମନାସିଛନ୍ତି । ତୃଣମୂଳ ସ୍ତରର କର୍ମୀଙ୍କୁ ଗୁରୁତ୍ୱ ଦିଆଯିବ ବୋଲି ବି ପିସିସି ସଭାପତି କହିଛନ୍ତି।

 

ସୂଚନାଯୋଗ୍ୟ, ପିସିସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସର ନୂଆ ଟିମ ଶକ୍ତି ପ୍ରଦର୍ଶନ କରିଛି । ଗତକାଲି କଂଗ୍ରେସ ଭବନରେ ଆୟୋଜିତ ସମ୍ବର୍ଧନା ସଭାରେ ଓଡିଶା ପ୍ରଭାରୀଙ୍କ ସମେତ ପିସିସି ସଭାପତି ଓ ବରିଷ୍ଠ ନେତା ରାଜ୍ୟରେ କଂଗ୍ରେସକୁ ସରକାରକୁ ଆଣିବା ପାଇଁ ସଂକଳ୍ପ ନେଇଛନ୍ତି । ଗତକାଲି ବିଳମ୍ବିତ ରାତି ଯାଏଁ କଂଗ୍ରେସ ଭାବନରେ ସମ୍ବର୍ଧନା ସଭା ଚାଲିଥିଲା । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ, ଦେଶ ଓ ରାଜ୍ୟ ଏବେ ଘୋର ଦୁର୍ନତିରେ ଗତି କରୁଛି । ସମ୍ବିଧାନ ପରିବର୍ତନ କରି ଯିଏ ଦେଶକୁ ବିଭାଜନ କରିବାକୁ ଉଦ୍ୟମ କରୁଛି ତାଙ୍କଠାରୁ ଦେଶକୁ ରକ୍ଷା କରିବାକୁ ପଡିବ ।

ସମ୍ବନ୍ଧିତ ଖବର