ବାତ୍ୟା ‘ଫନି’ ପରେ ବଢ଼ିଲା ରାଜନୀତି : କ୍ଷତିଗ୍ରସ୍ତଙ୍କ ପାଇଁ ରାଜ୍ୟ ସରକାରଙ୍କ ପ୍ୟାକେଜ କେବଳ ଲୋକ ଦେଖାଣିଆ ଘୋଷଣା ବୋଲି କହିଲେ ପିିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର : ବାତ୍ୟା ‘ଫନି’ ପରେ ବଢ଼ିଲା ରାଜନୀତି । ‘ଫନି’ରେ ପ୍ରଭାବିତ ହୋଇଥିବା କ୍ଷତିଗ୍ରସ୍ତଙ୍କ ପାଇଁ ୧୬୦୦ ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଯାହାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି । କାରଣ ଏଥିରେ କୃଷକ, ପଶୁ, ମତ୍ସ୍ୟଚାଷୀ ଓ ଏସଏଚଜି ଗ୍ରୁପଙ୍କ ପାଇଁ ସ୍ୱତନ୍ତ୍ରଣ ପ୍ୟାକେଜ୍ ଘୋଷଣା କରିଥିଲେ ବି ପିିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହାକୁ ନେଇ କହିଛନ୍ତି କି, ରାଜ୍ୟ ସରକାରଙ୍କ ଏଭଳି ପ୍ୟାକେଜ କେବଳ ଲୋକ ଦେଖାଣିଆ ଘୋଷଣା ।

ଏପରିକି ସବୁଠୁ ଅଧିକ କ୍ଷତିଗ୍ରସ୍ତ ପୁରୀରେ ମଧ୍ୟ ରନ୍ଧା ଖାଦ୍ୟ ଓ ରିଲିଫ ଏ ଯାଏ ମିଳିପାରିନି ବୋଲି ନିରଞ୍ଜନ ଅଭିଯୋଗ କରିଛନ୍ତି । ସରକାର ଯେମିତି ବାତ୍ୟା ମୁକାବିଲା ନେଇ ବାହାସ୍ପଟ ମାରୁଥିଲେ ତାହା କାମରେ କରି ଦେଖାଇ ପାରି ନାହାନ୍ତି । ତେଣୁ ପ୍ୟାକେଜ୍ କେବଳ ପବ୍ଲିସିଟି ପାଇଁ ଘୋଷଣା ହୋଇଛି ବୋଲି କହିଛନ୍ତି ନିରଞ୍ଜନ ପଟ୍ଟନାୟକ ।

ସମ୍ବନ୍ଧିତ ଖବର