ଭୁବନେଶ୍ୱର: ଶନିବାର ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷଙ୍କ ସହ ପିସିସି ସଭାପତି ନିରଞ୍ଜନ ପଟ୍ଟାୟକ ଆଲୋଚନା କରୁଛନ୍ତି । ଆସନ୍ତା ଏକ ସପ୍ତାହ ମଧ୍ୟରେ ପିସିସିର ଅନ୍ୟ ସମସ୍ତ ସବ୍ କମିଟି ନେଇ ନିଷ୍ପତି ନିଆଯିବ ବୋଲି ଜଣାପଡିଛି । ଏହା ସହ ଆଗାମୀ ୨-୩ ଦିନ ମଧ୍ୟରେ ଜିଲ୍ଲା କଂଗ୍ରେସ କମିଟିର ଗଠନ ନେଇ ଘୋଷଣା ହେବ ବୋଲି ସୂଚନା ମିଳିଛି । ଏହା ସହ ୨୦୧୯ ନିର୍ବାଚନ ପାଇଁ ଆଗୁଆ ପ୍ରାର୍ଥୀ ଚୟନ ନେଇ ମଧ୍ୟ ଆଜିର ଆଲୋଚନାରେ ଏକ ପ୍ରମୁଖ ପ୍ରସଙ୍ଗ ହେବ ବୋଲି ଜଣାପଡିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ରାହୁଲ ଗାନ୍ଧିଙ୍କ ସହ ପିସିସି ସଭାପତି, ଓଡିଶା ପ୍ରଭାରି ଜୀତେନ୍ଦ୍ର ସିଂ, କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ଚିରଞ୍ଜିବୀ ବିଶ୍ୱାଳ ସମେତ ୯ ଜଣିଆ ଟିମ୍ ଭେଟି ଆଲୋଚନା କରୁଛନ୍ତି । ବୈଠକରେ ଓଡ଼ିଶା ପାଇଁ ନୂଆ ଟିମ୍ ଗଠନ ହେବା ପରଠୁ ବର୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ପାର୍ଟି ଓ ସଂଗଠନର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ପାର୍ଟି ହାଇକମାଣ୍ଡଙ୍କୁ ଅବଗତ କରାଉଛନ୍ତି ପିସିସି ଟିମ୍ ।