ପିଡିଭି ବାଲାଷ୍ଟିକ ମିଜାଇଲର ପରୀକ୍ଷଣ

ଚାନ୍ଦବାଲି: ବଙ୍ଗୋପସାଗରର ପୂର୍ବ ଉପକୂଳ ଧାମରାସ୍ଥିତ ଅବ୍ଦୁଲ କଲାମ ଦ୍ବୀପରୁ ଭାରତୀୟ ପ୍ରତିରକ୍ଷା ବିଭାଗ ପିଡିଭିି(ପୃଥିବୀ ଡ଼ିଫେନ୍ସ ଭେହିକିଲ୍‌) ମିଜାଇଲ ପରୀକ୍ଷଣ କରିଛି। ଆଜି ପୂର୍ବାହ୍ନ ୧୧ଟା ୬ ମିନିଟ୍‌ ସମୟରେ ଏହି ଦ୍ବୀପର ୪ ନମ୍ବର ଲଞ୍ଚପ୍ୟାଡ୍‌ରୁ ଏହି ବାଲାଷ୍ଟିକ ମିଜାଇଲର ପରୀକ୍ଷଣ ହୋଇଥିଲା। ୨୦୧୪ ମସିହାରେ ଏହି ମିଜାଇଲକୁ ଡିଆରଡିଓ ପ୍ରଥମ ପରୀକ୍ଷଣ କରିଥିବା ବେଳେ ୨୦୧୭ ମସିହା ଭାରତର ପ୍ରତିରକ୍ଷା ବିଭାଗ ପିଡିଭି ଅନ୍ତିମ ପରୀକ୍ଷଣ କରିଥିଲା। ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ପିଡିଭି ମିଜାଇଲ ୨୦୦୬ ମସିହା ନଭେମ୍ବର ୨୬ ତାରିଖରେ ନିର୍ମାଣ କରାଯାଇଥିଲା। ୧୦୦କିମିରୁ ୨୦୦୦ କିମି ପର୍ଯ୍ୟନ୍ତ ଏହି ମିଜାଇଲ ଶତ୍ରୁପକ୍ଷର ମିଜାଇଲକୁ ଟାର୍ଗେଟ୍‌ କରିପାରିବାର କ୍ଷମତା ବହନ କରୁଛି। ୨୦୧୬ରେ ଭାରତ ରୁଷିଆ ସହିତ ୪ଟା ଏସ-୪୦୦ ଟ୍ରାୟ ଆଡ୍‌ଭାନ୍ସ ଏୟାରଡିଫେନ୍ସ ସିଷ୍ଟମ୍‌ ଚୁକ୍ତି କରିଥିଲା।

ସମ୍ବନ୍ଧିତ ଖବର