ନଭେମ୍ବର ପହିଲାରୁ ଧାନ ସଂଗ୍ରହ, ୧୧ ଲକ୍ଷ ୫୬ ହଜାର ୧୩୦ ଚାଷୀ ପଞ୍ଜୀକୃତ
ମନ୍ତ୍ରୀ କହିଲେ- ନାସିକରେ ବନ୍ୟା ଯୋଗୁଁ ବଢ଼ିଛି ପିଆଜ ଦର
ଭୁବନେଶ୍ୱର: ଆଗାମୀ ନଭେମ୍ବର ୧ ତାରିଖରୁ ଖରିଫ ଚାଷର ଧାନ ସଂଗ୍ରହ କରାଯିବ। ରାଜ୍ୟ ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ସୂଚନା ଦେଇଛନ୍ତି। ଧାନ ସଂଗ୍ରହ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଶେଷ ହୋଇଛି। ଚଳିତ ଖରିଫ ଋତୁରେ ମୋଟ ୧୧ ଲକ୍ଷ ୫୬ ହଜାର ୧୩୦ ଚାଷୀ ସେମାନଙ୍କର ନାମ ପଞ୍ଜୀକରଣ କରିଛନ୍ତି। ଚଳିତ ମାସ ୨୨ରୁ ୨୯ ତାରିଖ ଯାଏଁ ସବୁ ଜିଲ୍ଲାରେ ଚାଷୀ ଅଭିଯୋଗ ଶୁଣାଣି ହେବ। ଶୁଣାଣିରେ ଚାଷୀ ସଂଗଠନ ଓ ଚାଷୀଙ୍କର ଅଭିଯୋଗ ସଂପର୍କିତ ସମସ୍ୟାର ସମାଧାନ ହେବ।
Sambad is now on WhatsApp
Join and get latest news updates delivered to you via WhatsApp
ରାଜ୍ୟରେ ପିିଆଜ ଦର ବୃଦ୍ଧି ଘଟିଛି। ମାସକ ପୂର୍ବରୁ ପିଆଜ କିଲୋ ୨୪ ଟଙ୍କା ଥିବା ବେଳେ ତାହା ଏବେ ୪୦ ଟଙ୍କାରେ ପହଞ୍ଚିଛି। ପିଆଜ ଦର ନେଇ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟ ସରକାର ପିଆଜ ଦର ଉପରେ ନଜର ରଖିଛନ୍ତି। ମହାରାଷ୍ଟ୍ରର ନାସିକ ଅଞ୍ଚଳରେ ବନ୍ୟା ଯୋଗୁଁ ଓଡ଼ିଶାରେ ପିଆଜ ଦର ବୃଦ୍ଧି ଘଟିଛି। ଏହା ଏକ ସାମୟିକ ସମସ୍ୟା। ଏହାର ସମାଧାନ ହେବ।