ସପ୍ତମ ବେତନ କମିସନରେ ଅସଙ୍ଗତି ଅଭିଯୋଗ

ଭୁବନେଶ୍ୱର : ବେସରକାରୀ ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ସପ୍ତମ ବେତନ କମିସନ ଲାଗୁ ପାଇଁ ପ୍ରକାଶିତ ନିର୍ଦେଶନାମାରେ ବ୍ୟାପକ ଅସଙ୍ଗତ ଥିବାରୁ ଅଧ୍ୟାପକ ଓ କର୍ମଚାରୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବେସରକାରୀ କଲେଜରେ କାର୍ଯ୍ୟରତ ସମସ୍ତ ଅଧ୍ୟାପକ ଓ କର୍ମଚାରୀଙ୍କୁ ସପ୍ତମ ବେତନ କମିସନ ଅନୁଯାୟୀ ୨୦୧୬ ଜାନୁଆରି ମାସରୁ ଦରମା ଦେବା ପରିବର୍ତେ ଏହାକୁ ବିନା ବକେୟା ଦରମାରେ ୨୦୧୭ ଜାନୁଆରି ମାସରୁ ନଗଦ ଆକାରରେ ଦେବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଫଳରେ ରାଜ୍ୟର ୧୮ ହଜାରରୁ ଅଧିକ ଅଧ୍ୟାପକ ଓ କର୍ମଚାରୀ ୨୧ ମାସର ବକେୟା ଦରମା ପାଇବେ ନାହିଁ। ଅଧ୍ୟାପକଙ୍କ କ୍ଷେତ୍ରରେ ଏଭଳି ପାତରଅନ୍ତରକୁ ଅଲ୍‌ ଓଡ଼ିଶା ବେସରକାରୀ କଲେଜ ଶିକ୍ଷକ ଓ କର୍ମଚାରୀ ସଂଘ ବିରୋଧ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାରେ ହସ୍ତକ୍ଷେପ କରିବାକୁ ସଂଘର ସାଧାରଣ ସମ୍ପାଦକ ଚିତ୍ତ ମହାପାତ୍ର ଦାବି କରିଛନ୍ତି।

ସମ୍ବନ୍ଧିତ ଖବର