ମନ୍ଦିରରୁ ଚୋରି ଉଦ୍ୟମ: ଚୋରକୁ ଧରି ନିର୍ଧୁମ ଛେଚିଲେ

ରାୟଗଡା : ରାୟଗଡାରେ ମାତିଛନ୍ତି ମନ୍ଦିର ଲୁଟେରା। ଗୁରୁବାର ରାତିରେ ଥେରୁବାଲି ଖେଦପଡା ମା’ ମାଣିକେଶ୍ବରୀ ମନ୍ଦିରରୁ ମା’ଙ୍କ ପ୍ରତିମୂର୍ତି ସହ ଅଳଙ୍କାର ଚୋରି ହୋଇଥିବା ବେଳେ ଆଜି ରାୟଗଡା ଶ୍ରଦ୍ଧା ଶ୍ରୀକ୍ଷେତ୍ର ବିମଳା ମନ୍ଦିରରୁ ଚୋରି ଉଦ୍ୟମ ହୋଇଛି। ମନ୍ଦିରରୁ ରୁପା ମୁକୁଟ ଚୋରି କରି ପଳାଉ ଯାଉଥିବା ଲୁଟେରାକୁ ଧରି ଲୋକେ ନିର୍ଧୁମ ମାଡ ମାରିବା ସହ ପୁଲିସ୍ ଜିମା ଦେଇଛନ୍ତି। ଲୁଟେରାର ନାମ ଅଲ୍ଲୀ ଅର୍ଜୁନ ଓ ତାର ଘର ଆନ୍ଧ୍ରପ୍ରଦେଶର ଏଲୁରୁରେ ବୋଲି ଜଣା ପଡିଛି। ତହସିଲଦାରଙ୍କ ଅଭିଯୋଗକ୍ରମେ ଟାଉନ୍ ଥାନା ପୁଲିସ୍ ମାମଲା ରୁଜୁ କରିବା ସହ ଅଲ୍ଲୀ ଅର୍ଜୁନକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର