ପାର୍ସଲ ବୋମା ବିସ୍ଫୋରଣ ମାମଲା: କାଲିଯାଏ ରାୟ ସଂରକ୍ଷିତ

ବଲାଙ୍ଗୀର: ବହୁଚର୍ଚ୍ଚିତ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଗୁରୁବାର ମୁଖ୍ୟ ଅଧ୍ୟାପକ ପୁଞ୍ଜିଲାଲ୍‌ ମେହେରଙ୍କ ଜାମିନ ଆବେଦନର ଶୁଣାଣି ଶେଷ ହୋଇଛି। ଅତିରିକ୍ତ ଜିଲ୍ଲା ଦୌରାଜଜ ୨ ପୁଞ୍ଜିଲାଲ୍‌ ମେହେରଙ୍କ ଜାମିନ ଆବେଦନର ଶୁଣାଣି କରିଛନ୍ତି। ସରକାରୀ ଓ ପୁଞ୍ଜିଲାଲ ମେହେରଙ୍କ ଓକିଲଙ୍କ ଉପସ୍ଥିତିରେ ହୋଇଥିବା ଜାମିନ ଆବେଦନର ଶୁଣାଣି ଶେଷ ହୋଇଥିଲେ ମଧ୍ୟ ଦୌରାଜଜ ରାୟକୁ ସଂରକ୍ଷିତ ରଖିଛନ୍ତି।

ସମ୍ବନ୍ଧିତ ଖବର