ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ପ୍ରସଙ୍ଗ : କେନ୍ଦ୍ର କୋର୍ଟକୁ ବଲ୍‌ ଫିଙ୍ଗିଲେ

ଭୁବନେଶ୍ବର : ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ରାଜ୍ୟ ସରକାର କେନ୍ଦ୍ରକୁ ଜଣାଇଛନ୍ତି । କେନ୍ଦ୍ର ଅନୁମୋଦନ କଲେ ରାଜ୍ୟ ସରକାର ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦେବା ସହ ଆର୍ଥିକ ଖର୍ଚ୍ଚ ବହନ କରିବେ। ଏ ସମ୍ପର୍କରେ ବିଧାନସଭାରେ ବିବୃତି ଦେଇ ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ କେନ୍ଦ୍ର ସରକାର ଅନୁମୋଦନ କଲେ ପ୍ରାଥମିକ ସ୍ତରରେ ରାଜ୍ୟ ସରକାର ବଜେଟରେ ୫ କୋଟି ଟଙ୍କା ବ୍ୟୟ ବରାଦ କରିବେ ।

ଅର୍ଥମନ୍ତ୍ରୀଙ୍କ ବିବୃତିକୁ ଗୃହରେ ବିରୋଧ କରିଥିଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର । କିନ୍ତୁ ଗୃହରେ ଅଧ୍ୟକ୍ଷତା କରୁଥିବା ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି ବିରୋଧୀ ଦଳ ନେତାଙ୍କୁ କହିବାକୁ ସୁଯୋଗ ନଦେଇ ଗୃହକୁ ମଧ୍ୟାହ୍ନ ବିରତି ପାଇଁ ମୁଲତବୀ କରିଥିଲେ। ପରେ ଗୃହ ବାହାରେ ବିରୋଧୀ ଦଳ ନେତା କହିଥିଲେ, ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ରାଜ୍ୟ ସରକାର ପୂର୍ବରୁ ନିର୍ଦ୍ଧାରିତ ପଦ୍ଧତିରେ କେନ୍ଦ୍ର ସରକାରଙ୍କୁ ଜଣାଇନାହାନ୍ତି। ରାଜ୍ୟ ସରକାର ବଜେଟରେ ଏଥିପାଇଁ ବ୍ୟବସ୍ଥା କରିବା ପାଇଁ କହି ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର