ପେଟ୍ରୋଲ ୮୨ ଟପିଲା

ଭୁବନେଶ୍ୱର : ଭୁବନେଶ୍ୱରରେ ପେଟ୍ରୋଲ ଦର ଶୁକ୍ରବାର ୮୨ ଟଙ୍କା ଟପିଛି। ଗୁରୁବାର ପେଟ୍ରୋଲ ୮୧ ଟଙ୍କା ୮୨ ପଇସା ଥିବାବେଳେ ଶୁକ୍ରବାର ଏଥିରେ ୨୧ ପଇସା ବୃଦ୍ଧି ପାଇ ୮୨ ଟଙ୍କା ୩ ପଇସାରେ ପହଞ୍ଚି ଯାଇଛି। ଚଳିତମାସ ୧୪ରେ ରାଜଧାନୀରେ ପେଟ୍ରୋଲ ଦର ୮୦ ଟଙ୍କା ଟପିଥିଲା। ତେବେ ୮୦ ଟଙ୍କା ଟପିବାର ମାତ୍ର ୫ ଦିନ ମଧ୍ୟରେ ପେଟ୍ରୋଲ ୮୧ ଟଙ୍କା ଛୁଇଁଥିଲା। ୧୪ ତାରିଖରୁ ୨୮ ତାରିଖ ମଧ୍ୟରେ ପେଟ୍ରୋଲ ଦର ପାଖାପାଖି ୨ ଟଙ୍କା ବୃଦ୍ଧି ଘଟିଛି। ଅନ୍ୟପକ୍ଷରେ ଡିଜେଲ ଦର ୮୦ ଟଙ୍କା ଛୁଇଁବାକୁ ବସିଛି। ଗୁରୁବାର ତୁଳନାରେ ଶୁକ୍ରବାର ଡିଜେଲ ଦରରେ ୧୯ ପଇସା ବୃଦ୍ଧି ଘଟି ୭୯ ଟଙ୍କା ୮୬ ପଇସାରେ ପହଞ୍ଚିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର