ଅଚାନକ ପେଟ୍ରୋଲ ପମ୍ପ ଉପରେ ଚଢ଼ାଉ କଲେ ଜିଲ୍ଲାପାଳ, ସିଜ କରିବାକୁ ଦେଲେ ନିର୍ଦ୍ଦେଶ

ରାଉରକେଲା : ନିମ୍ନ ମାନର ପେଟ୍ରୋଲ ବିକ୍ରି କରି ଲୋକଙ୍କୁ ଠକୁଥିଲା ପେଟ୍ରୋଲ ପମ୍ପ | ତେବେ ଶୁକ୍ରବାର ଜିଲ୍ଲାପାଳଙ୍କ ଅଚାନକ ଗସ୍ତ ପରେ ସିଜ ହୋଇଛି ପେଟ୍ରୋଲ ପମ୍ପ | ସୁନ୍ଦରଗଡ ଜିଲ୍ଲା କୋଇଡାରେ କିଛି ଏଭଳି ଘଟଣା ସାମ୍ନାକୁ ଆସିଛି | ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ଦୁଇ ଦିନିଆ କୋଇଡା ଗସ୍ତରେ ଶୁକ୍ରବାର ହଠାତ କୁସୁମୁଣ୍ଡି ଠାରେ ଥିବା ହରଷା ନାମକ ଏକ ପେଟ୍ରୋଲ ପମ୍ପ ଉପରେ ଚଢ଼ାଉ କରିଥିଲେ |

ପେଟ୍ରୋଲ ପମ୍ପରେ ଦୀର୍ଘ ଦିନ ଧରି ବେଆଇନ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗ ହୋଇ ଆସୁଥିଲା, ଯାହାଫଳରେ ଜିଲ୍ଲାପାଳ ହଠାତ ପେଟ୍ରୋଲ ପମ୍ପ ଉପରେ ଚଢ଼ାଉ କରି ପେଟ୍ରୋଲ ପମ୍ପ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଥାଉକି ହରଷା ନାମକ ଏଇ ପେଟ୍ରୋଲ ପମ୍ପ ନିମ୍ନ ମାନର ତେଲ ସହ ତେଲ ପରିମାଣରେ ଠକାମିର ଅଭିଯୋଗ ଲୋକ ବହୁ ଦିନରୁ କରିଆସୁଥିଲେ |

ସେହିପରି ପେଟ୍ରୋଲ ପମ୍ପ ପାଇଁ ଦିନଦିନ ଧରି ରାସ୍ତାରେ ଭୟଙ୍କର ଜାମ ଲାଗିରହୁଥିଲା | ଯାହାଫଳରେ ଜାମରେ ଫସି ରହିବାକୁ ନେଇ ସାଧାରଣ ଜନତା ଅଭିଯୋଗ କରି ଆସୁଥିଲେ | ଏମିତିକି ପେଟ୍ରୋଲ ପମ୍ପରେ କୌଣସି ସୁରକ୍ଷା ଉପରେ ଧ୍ୟାନ ଦିଆଯାଇ ନଥିବା ଦେଖିବାକୁ ମିଳିଥିଲା । ଏସବୁ ନିଜେ ସୁନ୍ଦରଗଡ଼ ଜିଲ୍ଲାପାଳ ଦେଖିବା ପରେ ତୁରନ୍ତ ଏହି ପେଟ୍ରୋଲ ପମ୍ପକୁ ସିଜ କରିବାକୁ କୋଇଡା ତହସିଲଦାର ଦୁର୍ଯ୍ୟୋଧନ ଭୋଇଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର