ଫୁଲବାଣୀ: କାର୍‌ରୁ ୧ କୁଇଣ୍ଟାଲ୍‌ ଗଞ୍ଜାଇ ଜବତ; ଡ୍ରାଇଭର୍‌ ଗିରଫ

ଫୁଲବାଣୀ: ଆଜି ସକାଳେ ଫୁଲବାଣୀ ସହରର ମାଷ୍ଟରପଡ଼ା ନିକଟରେ ଏକ କାର୍‌କୁ ଅଟକାଇ ସେଥିରୁ ୧ କୁଇଣ୍ଟାଲ୍‌ରୁ ଅଧିକ ଗଞ୍ଜାଇ ଉଦ୍ଧାର କରାଯାଇଛି।

ଗଞ୍ଜାଇ ଚୋର ଚାଲାଣ ହେଉଥିବା କଥା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଟାଉନ୍‌ ଥାନା ପୁଲିସ ସନ୍ଦିଗ୍ଧ କାର୍‌ଟିକୁ ଅନୁସରଣ କରିବା ପରେ ମାଷ୍ଟରପଡ଼ା ଠାରେ ଅଟକାଇଥିଲେ। କିନ୍ତୁ, ପୁଲିସ କାର୍‌ ଅଟକାଇବା ସ୍ଥାନର କିଛି ବାଟ ଆଗରୁ ଗଞ୍ଜାଇର ମାଲିକ କାର୍‌ରୁ ବାହାରି ଫେରାର ହୋଇ ଯାଇଥିଲେ।

ଗଞ୍ଜାଇ ଜବତ କରିବା ସହ ପୁଲିସ କାର୍‌ ଡ୍ରାଇଭର୍‌ ନିତ୍ୟାନନ୍ଦ କହଁରଙ୍କୁ ଗିରଫ କରିଛି। ନିତ୍ୟାନନ୍ଦଙ୍କ ଘର ଫିରିଙ୍ଗିଆ ଥାନା ଅନ୍ତର୍ଗତ ଜଜେସ୍‌ପଙ୍ଗା ଗାଁରେ।

ସମ୍ବନ୍ଧିତ ଖବର