‘ମିଷ୍ଟର ମଜନୁ’ର ଅନ୍ୟତମ ନାୟିକା ଦିବ୍ୟାଙ୍କ ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍

ପୁରୀ : ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍ ହୋଇଛି। ଗତ ଶୁକ୍ରବାର ରିଲଜ ହୋଇଥିବା ‘ମିଷ୍ଟର ମଜନୁ’ ସିନେମାର ଅନ୍ୟତମ ନାୟିକା ଦିବ୍ୟାଙ୍କୁ ଏହି ଫଟୋରେ ଦେଖିବାକୁ ମିଳିଛି। ପରିବାର ସହ ଆନନ୍ଦ ବଜାରରେ ମହାପ୍ରସାଦ ସେବନ ବେଳେ ଫଟୋଟି ଉଠାଯାଇଛି, ଯାହା ଭାଇରାଲ୍ ହୋଇଥିବା ଜଣାଯାଇଛି।ଏହି ଫଟୋରେ ଦିବ୍ୟାଙ୍କ ସମେତ ୫ଜଣ ଅଛନ୍ତି। ଏହି ଫଟୋଟି କିଏ ଭାଇରାଲ କରିଛି ତାହା ଜଣାପଡ଼ିନାହିଁ କଟକଣା ସତ୍ତ୍ୱେ ମନ୍ଦିର ଭିତରକୁ ସେମାନେ କିପରି ମୋବାଇଲ୍ ନେଇ ଏହି ଫଟୋ ଉଠାଇଲେ ଏବଂ ତାହା କିପରି ଭାଇରାଲ ହେଲା ତାହା ଚର୍ଚ୍ଚାର ବିଷୟ ହୋଇଛି।


ସୂଚନାଯୋଗ୍ୟ, ଦିବ୍ୟାଙ୍କର ପ୍ରଥମ ଓଡ଼ିଆ ସିନେମା ଥିଲା ଗତ ବର୍ଷର ସିନେମା ‘ସୁନ୍ଦରଗଡ଼ର ସଲମାନ୍‌ ଖାନ୍‌’।ତାଙ୍କ ଅଭିନୀତ ଦୁଇଟି ସିନେମା ଏବେ ରିଲିଜ୍‌ ପାଇଁ ପ୍ରସ୍ତୁତ ହେଉଥିବା ଜଣାଯାଇଛି। ଏଥିମଧ୍ୟରୁ ଗୋଟିଏ ହେଲା ‘ପ୍ରେମ ଏଟିଏମ୍‌’। ଏହି ସିନେମାରେ ପ୍ରଦୀପ, ପ୍ରୀତିରାଜ,ମିହିର ଦାସ,ପ୍ରଜ୍ଞା ଓ ଜୀବନ ପଣ୍ଡା ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।

ଦିବ୍ୟାଙ୍କର ଅନ୍ୟ ଆଗାମୀ ସିନେମାଟି ହେଲା ‘ତୁ କହିଦେ ଆଇ ଲଭ ୟୁ’। ଏହି ସିନେମାରେ ତାଙ୍କର ନାୟକ ଭୂମିକାରେ ଅଛନ୍ତି ରାକେଶ ଓ ନାୟିକା ଭୂମିକାରେ ଅଛନ୍ତି।

ସମ୍ବନ୍ଧିତ ଖବର