ଗଛରେ ଧକ୍କା ହେଲା ପିକଅପ୍‌ ଭ୍ୟାନ, ଚାଳକ ମୃତ

ରାଇଘର : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଳକ ଅନ୍ତର୍ଗତ ମହଣ୍ଡ ଗ୍ରାମ ଠାରୁ ପ୍ରାୟ ୧ କିଲୋମିଟର ଦୂରରେ ଥିବା ଏକ ଗଛରେ ପିକଅପ୍‌ ଗାଡ଼ି ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଚାଳକର ମୃତ୍ୟୁ ଘଟିଥିବା ଜଣାପଡିଛି। ସ୍ଥାନୀୟ ପୁଲିସ ଘଟଣାସ୍ଥଳକୁ ଯାଇ ଶବ ଉଦ୍ଧାର କରିବା ସହ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଜବତ କରିଛି।

ସୂଚନା ଅନୁଯାୟୀ ଆଜି ରାତି ପ୍ରାୟ ୯ଟା ସମୟରେ ଏକ ବୋଲୋରୋ ପିକଅପ୍‌ ଗାଡ଼ି ନମ୍ବର ସିଜି-୨୭ଜେ-୨୬୬୩ ଶ୍ରମିକମାନଙ୍କୁ ଛାଡ଼ି ଦେଇ ଡ୍ରାଇଭର କପିଳ ମଣ୍ଡଳ (୩୦) ନିଜ ଗ୍ରାମ ଗୁୁରୁସିଂଘାକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ମହଣ୍ଡ ଗ୍ରାମ ଠାରୁ ପ୍ରାୟ ୧ କିଲୋମିଟର ଦୂରରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ କପିଳ ମଣ୍ଡଳଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ସ୍ଥାନୀୟ ଥାନା ଅଧିକାରୀ ସରୀତା ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛନ୍ତି।

ସୂଚନାଯୋଗ୍ୟ ଯେ, ରାଇଘର ଅଞ୍ଚଳରେ ପ୍ରବଳ ନୀଳଗିରି ଚାଷ ହୋଇଥିବା ବେଳେ ଏ ଗଛ ସବୁ କାଟିବା ପାଇଁ ବେପାରୀମାନେ ପ୍ରତିଦିନ ପିକଅପ୍‌ ସାହାଯ୍ୟରେ ୪୦ରୁ ୫୦ ଜଣ ଶ୍ରମିକମାନଙ୍କୁ ନେବା ଆଣିବା କରିଥାନ୍ତି। ପ୍ରଶାସନ ପକ୍ଷରୁ ଉପଯୁକ୍ତ ଯାଞ୍ଚ କରି ଏଭଳି ବିପଦଜନକ ପରିବହନ ବ୍ୟବସ୍ଥା ଉପରେ କଟକଣା ଲଗାଇଲେ ଛୋଟମୋଟ ଦୁର୍ଘଟଣା ଘଟିବାକୁ ରୋକାଯାଇ ପାରିବ ବୋଲି ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର