ଅର୍ଶ ଓ ମଳକଣ୍ଟକ ଚିକିତ୍ସା ଶିବିର ୨୫ରେ

ଭୁବନେଶ୍ବର : ଦୀର୍ଘ ୩୧ ବର୍ଷ ଧରି ପ୍ରଗତି ଗ୍ରୁପ୍‌ସର ସହଯୋଗରେ ଅର୍ଶ ଓ ମଳକଣ୍ଟକ ରୋଗର ଚିକିତ୍ସା କରୁଥିବା ସିଲିଗୁଡ଼ିର ଡାକ୍ତର ଅରବିନ୍ଦ ତିୱାରୀ ଚଳିତ ମାସ ୨୫,୨୬,୨୭ ଓ ୨୮ ତାରିଖରେ ଭୁବନେଶ୍ବର ଆସି ନୂଆପଲ୍ଲୀର ଭିଆଇପି କଲୋନି, ପ୍ଲଟ୍‌ ନମ୍ବର-୧୮ (ସିଆରପି ଛକରୁ ଏକାମ୍ରକାନନକୁ ଆସିଥିବା ରାସ୍ତା ବାମ ପାର୍ଶ୍ବ)ରେ ଚିକିତ୍ସା କରିବେ। ଚିକିତ୍ସା କାର୍ଯ୍ୟ ସକାଳ ୮ଟା ୩୦ ମିନିଟ୍‌ରୁ ଆରମ୍ଭ ହେବ। ବିନା ଅସ୍ତ୍ରୋପଚାରରେ ଗୋଟିଏ ଇଞ୍ଜେକ୍‌ସନ୍‌ ଦ୍ବାରା ଏହି ରୋଗ ଭଲ ହୋଇ ପାରୁଛି ବୋଲି ଆୟୋଜକମାନଙ୍କ ପକ୍ଷରୁ କୁହାଯାଇଛି। ପ୍ରତ୍ୟେକ ରୋଗୀଙ୍କୁ ୨୫୦୦ ଟଙ୍କା ଦେବାକୁ ପଡ଼ିବ। ଏହି ଚିକିତ୍ସା ପ୍ରତ୍ୟେକ ଦୁଇ ମାସରେ ଥରେ କରାଯାଏ। ନାମ ପଞ୍ଜୀକରଣ ପାଇଁ ଫୋନ୍‌ ନମ୍ବର ୦୬୭୪-୨୫୫୧୩୩୦ କିମ୍ବା ୯୪୩୭୦୨୨୩୫୫ରେ ଯୋଗାଯୋଗ କରିବାକୁ ଅନୁଷ୍ଠାନର ସଭାପତି ସ˚ଚିତା ମହାନ୍ତି ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର