ପିପିଲିରେ ବିଜେପିର ପରାଜିତ ପ୍ରାର୍ଥୀଙ୍କ ଘର ଉପରକୁ ବୋମାମାଡ଼, ରାଜନୈତିକ ଶତ୍ରୁତା କାରଣରୁ  ବୋମାମାଡ଼ କରାଯାଇଥିବା ସନ୍ଦେହ

ପିପିଲି: ଓଡ଼ିଶାରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଫଳାଫଳ ଆସିବାର ଦୁଇଦିନପରେ ପିପିଲି ନିର୍ବାଚନ ମଣ୍ଡଳୀରେ ଜଣେ ପରାଜିତ ପ୍ରାର୍ଥୀଙ୍କ ଘର ଉପରକୁ ବୋମାମାଡ଼ ହୋଇଥିବା ଜଣାଯାଇଛି। ପୁରୀ ଜିଲ୍ଲାର ପିପିଲି ବ୍ଲକ୍ ଅନ୍ତର୍ଗତ ଚନ୍ଦ୍ରାଦେଇପୁର ପଞ୍ଚାୟତର  କନ୍ତିଆ ଗାଆଁରେ ଥିବା  ବିଜେପି ନେତା ଆଶ୍ରିତ ପଟ୍ଟନାୟକଙ୍କ ଘର ଉପରକୁ ରାତି ପ୍ରାୟ ସାଢ଼େ ୧୨ଟା ସମୟରେ ବୋମାମାଡ଼ ହୋଇଛି । ବୋମାମାଡ଼ରେ ଘର କବାଟ ଭାଙ୍ଗିଯାଇଛି । ତେବେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି ।

ଗତ ବିଧାନସଭା ନିର୍ବାଚନରେ ଆଶ୍ରିତ ପଟ୍ଟନାୟକ ବିଜେପିର ପ୍ରାର୍ଥୀ ହୋଇଥିଲେ। ସେ ବିଜେଡିର ପ୍ରଦୀପ ମହାରଥୀଙ୍କଠାରୁ ୧୫ ହଜାର ୭୮୭ ଭୋଟ୍ରେ ପରାସ୍ତ ହୋଇଥିଲେ। ରାଜନୈତିକ ଶତ୍ରୁତା କାରଣରୁ  ବୋମାମାଡ଼ କରାଯାଇଥିବା ସନ୍ଦେହ କରାଯାଉଛି ।

ତେବେ ରିପୋର୍ଟ ଲେଖା ହେବାଯାଏଁ ଆଶ୍ରିତ ପଟ୍ଟନାୟକ ପୁଲିସ ନିକଟରେ ଲିଖିତ ଅଭିଯୋଗ କରିନାହାନ୍ତି। ସେ ଭୟଭୀତ ଥିବା କୁହାଯାଉଛି।  ପୁଲିସ୍ କିନ୍ତୁ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍ ଟିମ୍ ସହିତ ଆସି ପହଞ୍ଚିଛି।

 

ସମ୍ବନ୍ଧିତ ଖବର