ପିପିଲି ଗଣଦୁଷ୍କର୍ମ ପ୍ରସଙ୍ଗ: କ୍ରାଇମ୍‌ବ୍ରାଞ୍ଚ ନିଯୁକ୍ତ କରିବ ସ୍ପେଶାଲ କାଉନ୍‌ସିଲ

କଟକ: ବହୁ ଚର୍ଚ୍ଚିତ ପିପିଲି ଗଣଦୁଷ୍କର୍ମ ଘଟଣାରେ ଆଡ୍‌ଭୋକେଟ୍‌ ଜେନେରାଲ୍‌ଙ୍କ ପରାମର୍ଶ ନେଇଛି କ୍ରାଇମ୍‌ବ୍ରାଞ୍ଚ। ଏହି ଘଟଣାରେ ହାଇକୋର୍ଟରେ ମାମଲାର ପରିଚାଳନା ପାଇଁ ସ୍ପେଶାଲ କାଉନ୍‌ସିଲ ନିଯୁକ୍ତ କରାଯିବ। ଯଦ୍ବାରା ଠିକ୍‌ ଢ˚ଗରେ ମାମଲାର ପ୍ରସିକ୍ୟୁସନ୍‌ କରାଯାଇପାରିବ ବୋଲି କ୍ରାଇମ୍‌ବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ୨୦୧୧ ନଭେମ୍ବର ୨୯ ତାରିଖରେ ପିପିଲି ଅର୍ଜୁନଗୋଦା ଅଞ୍ଚଳରେ ବବିନା ବେହେରାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା। କ୍ରାଇମ୍‌ବ୍ରାଞ୍ଚ ୨୦୧୨ ଜାନୁଆରି ୯ ତାରିଖରେ ମାମଲା ରୁଜୁ କରି ପ୍ରଶାନ୍ତ ପ୍ରଧାନକୁ ହତ୍ୟାକାଣ୍ତରେ ଏବ˚ ସୁକାନ୍ତ ପ୍ରଧାନକୁ ଜାତିଆଣ ଆକ୍ଷେପ ଓ ଧମକଚମକ ଅଭିଯୋଗରେ ଗିରଫ କରିଥିଲା। କିନ୍ତୁ ଗତ ଡିସେମ୍ବର ୨୪ ତାରିଖରେ ଭୁବନେଶ୍ବର ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ କୋର୍ଟ ହତ୍ୟା ଘଟଣାର ରାୟ ପ୍ରକାଶ କରି ଦୁଇ ଅଭିଯୁକ୍ତଙ୍କୁ ଉପଯୁକ୍ତ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ନିମ୍ନ ଅଦାଲତର ରାୟକୁ ଚ୍ୟାଲେଞ୍ଜ କରି କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ହାଇକୋର୍ଟରେ ଅପିଲ୍‌ କରାଯିବ। ଡାଇରେକ୍ଟର ଅଫ୍‌ ପବ୍ଲିକ ପ୍ରସିକ୍ୟୁସନ୍‌ଙ୍କ ସହିତ କ୍ରାଇମ୍‌ବ୍ରାଞ୍ଚ ଆଲୋଚନା ଚଳାଇଥିବା ବେଳେ ଏଜିଙ୍କ ପରାମର୍ଶ ମଧ୍ୟ ଲୋଡ଼ାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର