ନିର୍ବାଚନ ପୂର୍ବରୁ ହୋଇପାରେ ରାଜ୍ୟ ରାଜନୀତିରେ ନୂଆ ସମୀକରଣ ! ବିଜୁ ଅନୁଗତଙ୍କ କଂଗ୍ରେସ ମୁହାଁ

ଭୁବନେଶ୍ବର: ରାଜ୍ୟ ରାଜନୀତିରେ ନୂଆ ସମୀକରଣକୁ ନେଇ ଚର୍ଚା ଭିତରେ ଆଜି ମିଳିଛି ନୂଆ ସଙ୍କେତ । ଆଉ ଏହି ସଙ୍କେତ ଦେଇଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ । ଦାମଙ୍କ ମୁହଁରେ ଶୁଣିବାକୁ ମିଳିଛି କଂଗ୍ରେସର ପ୍ରଶଂସା । ସିଧା ସଧା କହିଛନ୍ତି, କଂଗ୍ରେସରେ ସାମିଲ ହେବାରେ ଅନ୍ୟମାନଙ୍କର କୁଂଠା ଥାଇପାରେ , କିନ୍ତୁ ତାଙ୍କର କିଛି କୁଣ୍ଠା ନାହିଁ । ସେହିପରି ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ କହିଛନ୍ତି, ବିଜେପି ଓ ବିଜେଡି ଠାରୁ କଂଗ୍ରେସ ଭଲ । ତି ଆରି ହେଉଛି କି ନୂଆ ସମୀକରଣ ? ଦାମଙ୍କୁ ଅଡୁଆ ନୁହେଁ କଂଗ୍ରେସ । ଏଭଳି କଥା ଖୋଦ ନିଜେ କହିଛନ୍ତି ଦାମ । ଦାମଙ୍କ ମୁହଁରୁ କଂଗ୍ରେସ ପ୍ରଶଂସା ଏବେ ରାଜ୍ୟ ରାଜନୀତିକୁ ଉଷ୍ମ କରିଛି । କିନ୍ତୁ ଯେତେବେଳେ ନିର୍ବାଚନ ପାଖେଇ ଆସେ, ସେତେବେଳେ ନୂଆ ସମୀକରଣ ମଧ୍ୟ ତିଆରି ହୂଏ । ନିର୍ବାଚନ ପୂର୍ବରୁ ନୂଆ ଦଳ ଗଠନ କରି ନବୀନଙ୍କୁ ଚ୍ୟାଲେଂଜ୍ କରିବା ଏକ ପ୍ରକାର ଅସମ୍ଭବ ବୋଲି ମନେ କରୁଛନ୍ତି ବିଜୁ ଅନୁଗତ । ତେଣୁ ଜାତୀୟ ଦଳ ସହ ବୁଝାମଣା କରି ବିଜେଡିକୁ ମାତ୍ ଦେବାକୁ ଚିନ୍ତା କରୁଛନ୍ତି ।
ରାଜନୀତିର ପଶାପାଲିରେ ୨୦୧୯ ନିର୍ବାଚନ ଏକ ଏଭଳି ପରିସ୍ଥିତି ସୃଷ୍ଟି କରିଛି ଯାହା ହୁଏତ ଏହି ନେତାମାନେ କେବେ କଳ୍ପନା କରିନଥିଲେ । ବିଜୟ ଓ ଦିଲୀପ କିଛିଦିନ ପୂର୍ବରୁ ବିଜେପି ଛାଡିଥିବା ବେଳେ ଗତ କିଛି ଦିନ ହେବ ବୈଜୟନ୍ତଙ୍କ ଟ୍ୱିଟ୍ ଏବେ ବିଜେପି ବିରୋଧୀ ଆଭିମୁଖ୍ୟ ପ୍ରଦର୍ଶନ କରୁଛି । ଆଉ ଏସବୁ ଭିତରେ ଆଗକୁ ଆସୁଛି ୨୦୧୯ ନିର୍ବାଚନ । ତେଣୁ ବିଜୁ ଅନୁଗତ ମାନେ ଏକାଠି ହୋଇ ଏକ ଦଳ ଗଢିବାର ସମ୍ଭାବନା ସୃଷ୍ଟି ହୋଇଛି । ବିଜୟ ମହାପାତ୍ର, ଡାଃ ଦାମୋଦର ରାଉତ, ଦିଲ୍ଲୀପ ରାୟ, ବୈଜୟନ୍ତ ପଣ୍ଡା, ପଂଚାନନ କାନୁନଗୋ, ବ୍ରଜ ତ୍ରିପାଠୀ ଆଉ ଖାରବେଳ ସ୍ବାଇଁ । ରାଜ୍ୟ ରାଜନୀତିର ଏହି ସପ୍ତରଥୀ ୨୦୧୯ ନିର୍ବାଚନରେ କଣ ନିଷ୍ପତି ନେଉଛନ୍ତି, ଏବେ ତାହାରି ଉପରେ ମସସ୍ତଙ୍କ ନଜର ।

ସମ୍ବନ୍ଧିତ ଖବର