ପ୍ରକାଶ ପାଇଲା ଯୁକ୍ତ୨ ମେଧା ତାଲିକା : କମିଲା କଟ୍‌ ଅଫ୍‌ ମାର୍କ

ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(+୨ କଲେଜ)ଗୁଡ଼ିକରେ ନାମଲେଖା ପାଇଁ ପ୍ରକାଶ ପାଇଛି ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ତଥା କଟ୍‌ ଅଫ୍‌ ମାର୍କ। ପୂର୍ବାହ୍ନ ୧୧ଟାରେ ଏକାଥରେ କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ ଓ ଧନ୍ଦାମୂଳକ ଶିକ୍ଷା ପାଇଁ କଟ୍‌ ଅଫ୍‌ ମାର୍କ ତାଲିକା ବାହାରିଛି। ଗତବର୍ଷ ତୁଳନାରେ ଏଥର ସବୁୁ ବିଭାଗରେ କଟ୍‌ ଅଫ୍‌ ମାର୍କ ହ୍ରାସ ପାଇଛି। କଳାରେ ପ୍ରାୟ ୨ ପ୍ରତିଶତ କମିଥିବା ବେଳେ ବିଜ୍ଞାନରେ ୪ରୁ ୬ ପ୍ରତିଶତ ଓ ବାଣିଜ୍ୟରେ ୫ରୁ ୭ ପ୍ରତିଶତ କମିଥିବା ଦେଖିବାକୁ ମିଳିଛି। କଳା ବିଭାଗରେ ପୁଣିଥରେ ବିଜେବି, ରେଭେନ୍ସା କଲେଜ ପଛରେ ପଡ଼ିଛନ୍ତିି। ଏଥର କେନ୍ଦୁଝର ଜିଲ୍ଲା ଘସିପୁରାସ୍ଥିତ ପତିତପାବନ କଲେଜ ଆଗରେ ରହିଛି। ଗତବର୍ଷ ପରି ବିଜ୍ଞାନ ବିଭାଗର ପ୍ରଥମ ଦୁଇଟି ସ୍ଥାନରେ ଯଥାକ୍ରମେ ରେଭେନ୍ସା ଓ ବିଜେବି କଲେଜର ରହିଛନ୍ତି। ବାଣିଜ୍ୟରେ ବିିଜେବି କଲେଜ ପ୍ରଥମ ଓ ରେଭେନ୍ସା ଦ୍ୱିତୀୟ ସ୍ଥାନରେ ରହିଛି।

୨୦୧୮-୧୯ ଶିକ୍ଷାବର୍ଷ ପାଇଁ ୩ ଲକ୍ଷ ୭୬ ହଜାର ୪୧୦ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିବା ବେଳେ ୩ ଲକ୍ଷ ୪୧ ହଜାର ୯୨୭ ଜଣଙ୍କୁ ପ୍ରଥମ ପର୍ଯ୍ୟାୟରେ ଚୟନ କରାଯାଇଛି। କଳା ବିଭାଗରେ ୨ ଲକ୍ଷ ୧୮ ହଜାର ୪୨୫, ବିଜ୍ଞାନରେ ୮୭ ହଜାର ୧୧୧, ବାଣିଜ୍ୟରେ ୨୨ ହଜାର ୬୯୦, ସଂସ୍କୃତରେ ୮ ହଜାର ୩୬ ଜଣ, ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୬୬୫ ଜଣ ପ୍ରଥମ ପର୍ଯ୍ୟାୟରେ ଚୟନ ହୋଇଛନ୍ତି। ଏଥିରେ ୧ ଲକ୍ଷ ୭୨ ହଜାର ୬୫୦ ଜଣ ଛାତ୍ର ଓ ୧ ଲକ୍ଷ ୬୯ ହଜାର ୨୭୫ ଜଣ ଛାତ୍ରୀ ଓ ଦୁଇ ଜଣ କିନ୍ନର ରହିଛନ୍ତି।

ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ଛାତ୍ରଛାତ୍ରୀ ଜୁଲାଇ ୨ରୁ ୫ ମଧ୍ୟରେ ନାମ ଲେଖାଇପାରିବେ। ଜୁଲାଇ ୧୦ରେ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ବାହାରିବ। ଏଥିପାଇଁ ଜୁଲାଇ ୧୧ ଓ ୧୨ରେ ନାମଲେଖା ଅନୁଷ୍ଠିତ ହେବ। ଜୁଲାଇ ୧୬ରେ ବଳକା ସିଟ୍‌ ପାଇଁ ତାଲିକା ବାହାରିବ। ତାଲିକାରେ ଥିବା ଛାତ୍ରଛାତ୍ରୀଙ୍କ ନାମଲେଖା ଜୁଲାଇ ୧୯ରୁ ୨୧ ମଧ୍ୟରେ ହେବ। ଜୁଲାଇ ୨୪ରୁ ଯୁକ୍ତ୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ।
ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(କଲେଜ) କଟ୍‌ ଅଫ୍‌ ମାର୍କ(%) (ସାଧାରଣ ବର୍ଗ)

କଳା ବିଭାଗ
ପତିତପାବନ କଲେଜ, ଘସିପୁରା, କେନ୍ଦୁଝର ୭୮.୬୭
ସାଡ଼ଙ୍ଗ ଆଞ୍ଚଳିକ କଲେଜ, ହାଟଡିହି, କେନ୍ଦୁଝର ୭୩.୫
ବିଜେବି ଜୁନିଅର କଲେଜ, ଭୁବନେଶ୍ୱର ୭୩.୪
କୃଷ୍ଣଚନ୍ଦ୍ର ପିପିଲି କଲେଜ, ବାଲେଶ୍ୱର ୭୨.୩୩
ନରସିଂହପୁର କଲେଜ, କଟକ ୭୨.୧୭
ରେଭେନ୍ସା କଲେଜ, କଟକ ୭୨
ଜଳେଶ୍ୱର ମହିଳା କଲେଜ, ବାଲେଶ୍ୱର ୭୧.୧୭
ଉତ୍କଳମଣି ଗୋପବନ୍ଧୁ କଲେଜ, ପାଲଲହଡ଼ା, ଅନୁଗୁଳ ୭୦
ଢେଙ୍କାନାଳ ସରକାରୀ ମହିଳା କଲେଜ ୭୦
ଭଦ୍ରକ କଲେଜ ୭୦

ବିଜ୍ଞାନ ବିଭାଗ
ରେଭେନ୍ସା କଲେଜ, କଟକ ୮୮.୮୩
ବିଜେବି ଜୁନିଅର କଲେଜ ୮୮.୩୩
ନୀଳକଣ୍ଠନଗର ସରସ୍ୱତୀ ବିଦ୍ୟାମନ୍ଦିର, ବ୍ର୍ରହ୍ମପୁର ୮୮
ଉଦୟନାଥ କଲେଜ, ସୋର, ବାଲେଶ୍ୱର ୮୬.୧୭
ବେସିକ୍‌ ସାଇନ୍ସ କଲେଜ, ଭୁବନେଶ୍ୱର ୮୫.୨
ଇଟେକ୍‌ ଆବାସିକ କଲେଜ, ଢେଙ୍କାନାଳ ୮୪
ଏଫ୍‌.ଏମ୍‌ କଲେଜ, ବାଲେଶ୍ୱର ୮୩.୮୩
ଜେକେବିକେ କଲେଜ, କଟକ ୮୩.୫
ପତିତପାବନ କଲେଜ, ଘସିପୁରା, କେନ୍ଦୁଝର ୮୩
ଶାନ୍ତି କଲେଜ, ଭଣ୍ଡାରିପୋଖରୀ, ଭଦ୍ରକ ୮୨.୬୭

ବାଣିଜ୍ୟ ବିଭାଗ
ବିଜେବି ଜୁନିଅର କଲେଜ, ଭୁବନେଶ୍ୱର ୭୮.୨
ରେଭେନ୍ସା ଜୁନିଅର କଲେଜ, କଟକ ୭୭.୧୭
ରାଜଧାନୀ କଲେଜ ଅଫ୍‌ ସାଇନ୍ସ, ଆର୍ଟସ ଆଣ୍ଡ କମର୍ସ, ମଞ୍ଚେଶ୍ୱର ୭୬.୦୭
ରାଜଧାନୀ କଲେଜ, ଭୁବନେଶ୍ୱର ୭୧.୧୭
ଶୈଳବାଳା ମହିଳା କଲେଜ, କଟକ ୭୦.୮୩
ଜେକେବିକେ କଲେଜ, କଟକ ୭୦.୩୩
ସରକାରୀ କଲେଜ, ରାଉରକେଲା ୭୦.୧୭
ମହର୍ଷି କଲେଜ, ଭୁବନେଶ୍ୱର ୬୫.୬୭
ରମାଦେବୀ ମହିଳା ଜୁନିଅର କଲେଜ, ଭୁବନେଶ୍ୱର ୬୪.୨
ମ୍ୟୁନିସିପାଲ କଲେଜ, ରାଉରକେଲା ୬୩.୬୭

ସମ୍ବନ୍ଧିତ ଖବର