ଯୁକ୍ତ୨ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ଆଜି

ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ)ରେ ଖାଲିଥିବା ସିଟ୍‌ରେ ନାମଲେଖା ପାଇଁ ମଙ୍ଗଳବାର ଦ୍ୱିତୀୟ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ ତଥା ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ପୂର୍ବାହ୍ନ ୧୧ଟାରେ ଏହି ତାଲିକା ବାହାରିବ। ଛାତ୍ରଛାତ୍ରୀମାନେ ସେଠାରୁ ସେମାନଙ୍କୁ ମିଳିଥିବା କଲେଜ ସ୍ଥିତି ସମ୍ପର୍କରେ ଜାଣିପାରିବେ। ତାଲିକାରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଜୁଲାଇ ୧୧ ଓ ୧୨ରେ ନାମ ଲେଖାଇବେ। ଜୁଲାଇ ୧୬ରେ ବଳକା ସିଟ୍‌ ପାଇଁ ତାଲିକା ପ୍ରକାଶ ପାଇବ। ଯୋଗ୍ୟ ଛାତ୍ରଛାତ୍ରୀ ଜୁଲାଇ ୧୯ରୁ ୨୧ ମଧ୍ୟରେ ନାମଲେଖାଇବେ। ଜୁଲାଇ ୨୪ରୁ ଯୁକ୍ତ୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ। ସୂଚନାଯୋଗ୍ୟ ଯେ ପ୍ରଥମ ପର୍ଯ୍ୟାୟରେ ନାମଲେଖା ପାଇଁ ୩ ଲକ୍ଷ ୪୧ ହଜାର ୯୨୭ ଜଣ ଛାତ୍ରଛାତ୍ରୀଙ୍କୁ ଡକାଯାଇଥିବା ବେଳେ ୨ ଲକ୍ଷ ୮୩ ହଜାର ୭୭୨ ଜଣ ନାମ ଲେଖାଇଛନ୍ତି।

ସମ୍ବନ୍ଧିତ ଖବର