ଯୁକ୍ତ୩ ନାମଲେଖା ନିୟମରେ ସଂଶୋଧନ

ଭୁବନେଶ୍ୱର : ରାଜ୍ୟରେ ଥିବା ସ୍ୱୟଂଶାସିତ କଲେଜ ଓ ଯୁକ୍ତ୩ କଲେଜରେ ନାମଲେଖା ପାଇଁ ଥିବା ନିୟମରେ ସଂଶୋଧନ କରାଯାଇଛି। ଚଳିତବର୍ଷ ଦୁଇଟି ପର୍ଯ୍ୟାୟରେ ନାମଲେଖା ଅନୁଷ୍ଠିତ ହେବ। ଏହାପରେ ଯଦି ସିଟ୍‌ ବଳକା ରହିବ ତେବେ ଅଫ୍‌ଲାଇନ୍‌ରେ କମନ୍‌ ଆପ୍ଲିକେସନ୍‌ ଫର୍ମ(ସିଏଏଫ୍‌)ରେ ନାମଲେଖା କରାଯିବ। ଛାତ୍ରଛାତ୍ରୀ ମାତ୍ର ୫ଟି କଲେଜ ପାଇଁ ଚଏସ୍‌ ଦେଇପାରିବେ। ୨୦୧୮-୧୯ ଶିକ୍ଷାବର୍ଷରୁ ସିଏଏଫ୍‌ ଫି’ ଅନ୍‌ଲାଇନ୍‌ରେ ଦାଖଲ କରିବାକୁ ହେବ। କିନ୍ନରଙ୍କୁ କୌଣସି ପ୍ରକାର ସିଏଏଫ୍‌ ଫି’ ଦେବାକୁ ପଡ଼ିବ ନାହିଁ। ନାମଲେଖା ସମ୍ପର୍କିତ ସୂଚନା ପାଇଁ ଏକ ହେଲ୍‌ପ ଲାଇନ୍‌ ନମ୍ବର ଖୋଲାଯିବ। ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହା କାର୍ଯ୍ୟକ୍ଷମ ରହିବ।

ସମ୍ବନ୍ଧିତ ଖବର