ଯୁକ୍ତ୩ ମେରିଟ୍‌ ଲିଷ୍ଟ ଆଜି

ଭୁବନେଶ୍ୱର : ଯୁକ୍ତ୩/ସ୍ୱୟଂଶାସିତ କଲେଜ, ସେଲ୍ଫ ଫାଇନାନ୍ସିଂ(ଡିଗ୍ର୍ରି) କଲେଜ/ସଂସ୍କୃତ(ଶସ୍ତ୍ରୀ) କଲେଜରେ ନାମଲେଖା ଲାଗି ମଙ୍ଗଳବାର ପ୍ରଥମ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ପ୍ରକାଶ କରାଯିବ। ପୂର୍ବାହ୍ନ ୧୧ଟାରେ ଉଚ୍ଚଶିକ୍ଷା ବିଭାଗ ଓ୍ଵବସାଇଟ୍‌ରେ ତାଲିକା ପ୍ରକାଶ ପାଇବ। ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଜୁଲାଇ ୪ରୁ ୭ ତାରିଖ ମଧ୍ୟରେ ନାମ ଲେଖାଇପାରିବେ। ଜୁଲାଇ ୧୧ରେ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବା ସହ ୧୨ ଓ ୧୩ ତାରିଖରେ ନାମଲେଖା ଅନୁଷ୍ଠିତ ହେବ। ଜୁଲାଇ ୧୬ଠାରୁ ଯୁକ୍ତ୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ। ସୂଚନାଯୋଗ୍ୟ ଯେ, ୯୮୪ କଲେଜରେ ନାମଲେଖା ପାଇଁ ୨ ଲକ୍ଷ ୭୨ ହଜାର ୫୯୨ ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ୧ ଲକ୍ଷ ୮୩ ହଜାର ୨୭୮ ପିଲାଙ୍କ ଦରଖାସ୍ତ ଗ୍ରହଣ କରାଯାଇଛି।

ସମ୍ବନ୍ଧିତ ଖବର