ଯୁକ୍ତ୩ କଲେଜରେ ୫୩ ହଜାର ସିଟ୍‌ ଖାଲି : ୩୦ରୁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା

0 217

ଭୁବନେଶ୍ୱର : ଯୁକ୍ତ୩ ଡିଗ୍ରି ଓ ସ୍ୱୟଂଶାସିତ କଲେଜରେ ଖାଲିଥିବା ସିଟ୍‌ ପୂରଣ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ହେବ।

ଛାତ୍ରଛାତ୍ରୀ ଜୁଲାଇ ୩୦ରୁ ଅଗଷ୍ଟ ୩ ମଧ୍ୟରେ ଅଫ୍‌ଲାଇନ୍‌ରେ କମନ୍‌ ଆପ୍ଲିକେସନ୍‌ ଫର୍ମ(ସିଏଏଫ୍‌)ରେ ଆବେଦନ କରିପାରିବେ। ଅଗଷ୍ଟ ୭ରେ କଲେଜ ନୋଟିସ୍‌ ବୋର୍ଡରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶ କରାଯିବ। ୮ ଓ ୯ ତାରିଖରେ ନାମଲେଖା ହେବ। ଅଗଷ୍ଟ ୧୧ରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ତଥ୍ୟ କଲେଜଗୁଡ଼ିକ ଇ-ସ୍ପେସ୍‌ରେ ଅପ୍‌ଡେଟ୍‌ କରିବେ।ଯୁକ୍ତ୨ ଇନ୍‌ଷ୍ଟାଣ୍ଟ ପରୀକ୍ଷା ପାସ୍‌ କରିଥିବା ଛାତ୍ରଛାତ୍ରୀଙ୍କ ସମେତ ପ୍ରଥମ ପର୍ଯ୍ୟାୟ ନାମଲେଖା ସମୟରେ ଆବେଦନ କରିପାରି ନ ଥିବା, ପ୍ରଥମ ପର୍ଯ୍ୟାୟରେ ଆବେଦନ କରି ସିଟ୍‌ ପାଇ ନ ଥିବା, ଚୟନ ହୋଇ ନାମଲେଖାଇ ପାରି ନ ଥିବା, ପ୍ରଥମ ପର୍ଯ୍ୟାୟରେ ନାମଲେଖାଥିବା ଓ ଏବେ ଉପର କଲେଜକୁ ଯିବାକୁ ଚାହୁଁଥିବା ଛାତ୍ରଛାତ୍ରୀ ଏହି ପ୍ରକ୍ରିୟାରେ ଆବେଦନ କରିପାରିବେ। ଛାତ୍ରଛାତ୍ରୀ କେବଳ ଅଫ୍‌ଲାଇନ୍‌ରେ କଲେଜସ୍ତରରେ ଆବେଦନ କରିବେ। ଅନର୍ସ ଓ ଜେନେରାଲରେ ଖାଲିଥିବା ସିଟ୍‌ ଅନୁଯାୟୀ ନାମଲେଖା ହେବ। ଏହି ପର୍ଯ୍ୟାୟରେ କଟ୍‌ ଅଫ୍‌ ମାର୍କକୁ ଧରାଯିବ ନାହିଁ।

ବିଭିନ୍ନ ବର୍ଗଙ୍କ ପାଇଁ ସିଟ୍‌ ସଂରକ୍ଷିତ ରହିବ। ଯଦି ସେହି ବର୍ଗର ଛାତ୍ରଛାତ୍ରୀ ନ ମିଳବେ ତେବେ ସିଟ୍‌ ସାଧାରଣ ବର୍ଗକୁ ଯିବ। କଲେଜସ୍ତରରେ ଚୟନ ହେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.