ପ୍ରକାଶ ପାଇଲା ଯୁକ୍ତ ଦୁଇ ନାମଲେଖା କଟ୍‌ ଅଫ୍‌ ମାର୍କ

ଭୁବନେଶ୍ୱର: ଯୁକ୍ତ ଦୁଇ ନାମଲେଖା ପାଇଁ ଆଜି ପ୍ରଥମ ପର୍ଯ୍ୟାୟ କଟ୍‌ ଅଫ ମାର୍କ ପ୍ରକାଶ ପାଇଛି। ବିଜ୍ଞାନ, ବାଣିଜ୍ୟ ଓ କଳା ପାଇଁ ଏହି କଟ ଅଫ ମାର୍କ ପ୍ରକାଶ ପାଇଛି। ବିଜ୍ଞାନରେ ରେଭେନ୍ସା, ବାଣିଜ୍ୟରେ ବିଜେବି ଓ କଳାରେ ଘସିପୁରାର ପତିତପାବନ କଲେଜ ଆଗରେ ରହିଛି।
ମିଳିଥିବା ସୂଚନା ଅନୁଯାୟୀ, ବିଜ୍ଞାନରେ ରେଭେନ୍ସାର କଟ୍‌ ଅଫ ମାର୍କ ୮୮.୮୩ ପ୍ରତିଶତ ଥିବା ବେଳେ ବିଜେବି କଲେଜର ରହିଛି ୮୮.୩୩ ପ୍ରତିଶତ । ସେହିପରି ବ୍ରହ୍ମପୁର ନୀଳକଣ୍ଠନଗର  ସରସ୍ୱତୀ ବିଦ୍ୟାମନ୍ଦିର ୮୮ ପ୍ରତିଶତ ସହ ତୃତୀୟ ସ୍ଥାନରେ ରହିଛି ।
ସେହିପରି, ବିଜ୍ଞାନରେ ରେଭେନ୍ସା କଲେଜ ଆଗରେ ଥିବା ବେଳେ ବାଣିଜ୍ୟରେ ୭୮.୨ ପ୍ରତିଶତ ସହ ଶୀର୍ଷରେ ରହିଛି ବିଜେବି କଲେଜ। ବାଣିଜ୍ୟରେ ଦ୍ୱିତୀୟ ସ୍ଥାନରେ ରହିଛି ରେଭେନ୍ସା କଲେଜ ଓ ବାଣିଜ୍ୟ କଟ୍‌ ଅଫ୍‌ ମାର୍କ ରହିଛି ୭୭.୧୭ ପ୍ରତିଶତ।
ସେହିପରି କଳାରେ ଘଷିପୁରାର ପତିତପାବନ କଲେଜ ୭୮.୬୭ ପ୍ରତିଶତ ସହ ସବୁଠାରୁ ଆଗରେ ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ମଧ୍ୟ ସେହି କେନ୍ଦୁଝର ଜିଲ୍ଲାର ହାଟଡିହିର ସାଡଙ୍ଗ ଆଂଚଳିକ କଲେଜ ରହିଛି। ହାଟଡିହିର ସାଡଙ୍ଗ ଆଂଚଳିକ କଲେଜର କଟଅଫ ମାର୍କ ରହିଛି ୭୩.୫୦ ପ୍ରତିଶତ । ସେହିପରି କଳାରେ ତୃତୀୟ ସ୍ଥାନରେ ବିଜେବି କଲେଜ ରହିଛି ।

ସମ୍ବନ୍ଧିତ ଖବର