ବାରିପଦାରେ କଂଗ୍ରେସ ଉପରେ ଗର୍ଜିଲେ ପ୍ରଧାନମନ୍ତ୍ରୀ : ନବୀନଙ୍କ ପାଇଁ ପୁଣି ନରମ

ଅଲଗା ରାସ୍ତାରେ ‌ମୋଦୀ, ଧର୍ମେନ୍ଦ୍ର!, ନାଁ ନ ନେଇ ବେବିନା ପ୍ରସଙ୍ଗ ଉଠାଇଲେ, ନାରୀ ସୁରକ୍ଷା ପ୍ରସଙ୍ଗରେ ସମାେଲାଚନା, ଚୌକିଦାରକୁ ହଟାଇବାକୁ ଚୋର ଚାହେ

ବାରିପଦା : ଭାଷଣ ଆରମ୍ଭ କରିବା ମାତ୍ରେ ଗର୍ଜନ ତର୍ଜନ କରି ମଞ୍ଚ କମ୍ପାଇଥିଲେ। ଆଇନର ଗଣ୍ଡି ଭିତରକୁ ଟାଣିବେ ବୋଲି ସିଧା ସିଧା ଧମକ ଦେଇଥିଲେ। କେବଳ ସେତିକି ନୁହେଁ, ଚୋର ବୋଲି ସମ୍ବୋଧନ କରି ସେମାନେ କିଭଳି ସର୍ବଦା ଚୌକିଦାରକୁ ହଟାଇବାକୁ ଚାହାନ୍ତି ସେକଥା ଉପସ୍ଥାପନ କରିବା ଛଳରେ ଅସନ୍ତୋଷ ଓ ବିରକ୍ତିଭାବ ପ୍ରଦର୍ଶନ କରିଥିଲେ।

ବାରିପଦାରେ ଆଜି ବିଜେପି ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପରୋକ୍ତ ଢଙ୍ଗରେ ଦେହକୁ ବିନ୍ଧି ହୋଇଗଲା ଭଳି ଯେଉଁ ବକ୍ତବ୍ୟ ରଖିଥିଲେ, ତାହା ବିେଜଡି ବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଉଦ୍ଦିଷ୍ଟ ନଥିଲା। ବରଂ ଓଡ଼ିଶାରେ ଗତ ପଞ୍ଚାୟତ ନିର୍ବାଚନରେ ତୃତୀୟ ସ୍ଥାନକୁ ଖସିଆସିଥିବା କଂଗ୍ରେସ ସଂପର୍କରେ ଏମିତି କମ୍ପିଥିଲେ ପ୍ରଧାନମନ୍ତ୍ରୀ। ଯାହା ବିେରାଧରେ (ମୁଖ୍ୟମନ୍ତ୍ରୀ ଓ ବିେଜଡି) ଶୁଣିବା ପାଇଁ ବିଭିନ୍ନ ଅଞ୍ଚଳରୁ ହଜାର ହଜାର କର୍ମୀଙ୍କୁ ରାଜ୍ୟ ବିେଜପି େନତା ସାଉଁଟି ଆଣିଥିେଲ, ତାଙ୍କ ସଂପର୍କରେ େଖାଦ ପ୍ରଧାନମନ୍ତ୍ରୀଙ୍କ ଏତେ ନରମ ଆଭିମୁଖ୍ୟ ସେମାନଙ୍କୁ ହତଚକିତ କରିଛି। କେବଳ ସେତିକି ନୁହେଁ, ସ୍ଥାନୀୟ ନେତାମାନଙ୍କ ଆଭିମୁଖ୍ୟ ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଧାରା ଏବଂ ରାସ୍ତା ଅଲଗା ଅଲଗା ଏକଥା ଆଉ କାହାକୁ ଅବୁଝା େହାଇ ରହିନାହିଁ। କେବଳ କର୍ମୀ କାହିଁକି, କେଇ ମୁହୂର୍ତ ପୂର୍ବରୁ ସରକାରକୁ ବଙ୍ଗୋପସାଗରରେ ଫିଙ୍ଗିଦେବା ଭଳି ଗର୍ଜନ ତର୍ଜନ କରିଥିବା ଛାମୁଆ େନତାମାନଙ୍କ ମୁହଁ େଯମିତି େପାଡିଯାଇଛି। ନିର୍ବାଚନ ବର୍ଷରେ ତଥା ଦୁଇ ସପ୍ତାହ ମଧ୍ୟରେ ରାଜ୍ୟର ଦୁଇଟି େକାଣରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା େନତୃତ୍ବ ପ୍ରତି ନରମ ଆଭିମୁଖ୍ୟ ସେମାନଙ୍କୁ ବିଚଳିତ କରିଦେଛି। େଖାର୍ଧାର ବରୁଣେଇ ପାହାଡ ଠାରୁ ବି ଯଥେଷ୍ଟ କମ୍ ଗମ୍ଭୀର ଥିଲେ ଆଜି ପ୍ରଧାନମନ୍ତ୍ରୀ ଓ ତାଙ୍କ ବକ୍ତବ୍ୟ।

ଉଲ୍ଲେଖନୀୟ କଥା େହଲା, କେଇ ମୁହୂର୍ତ ପୂର୍ବରୁ ଚିଟଫଣ୍ଡ ମାମଲାରେ ଅଭିଯୁକ୍ତ ସାଂସଦ ରାମଚନ୍ଦ୍ର ହାଁସଦାଙ୍କ ସହିତ ମଞ୍ଚରେ ବସିଥିଲେ ପ୍ରଧାନମନ୍ତ୍ରୀ। ମୟୂରଭଂଜର ବିେଜଡିରୁ ଜିତିଥିବା ଶ୍ରୀ ହାଁସଦାଙ୍କୁ େନଇ େମାଦୀ ରାଜ୍ୟ ସରକାରଙ୍କ ଉପରେଚିଟଫଣ୍ଡ ଅପବାଦର ପାହାଡ ଲଦି ଦେବେ େବାଲି କର୍ମୀ ଆଶା କରିଥିଲେ। ହେଲେ ଏ ପ୍ରସଙ୍ଗ ପ୍ରଧାନମନ୍ତ୍ରୀଙ୍କ ଭାଷଣରେ
ବି ସ୍ଥାନ ପାଇଲାନି।

ରାଜ୍ୟ ବିେଜପି େନତାମାନେ ପିପିଲି ବେବିନା ମାମଲା ପ୍ରସଙ୍ଗରେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ବିବାଦକୁ ଭିଡି ଆକାଶ ପାତାଳ ଏକ କରିଦେଉଥିବା ବେଳେ ପ୍ରଧାନମନ୍ତ୍ରୀ ଏ ସଂପର୍କରେ ନିଜ ଅସନ୍ତୋଷ ଝାଡିବା ପରିବର୍ତେ ଅତ୍ୟନ୍ତ ମପାଚୁପା ଶଦ୍ଦରେ ପରାମର୍ଶ ଦେଇଥିଲେ। ସଂପୃକ୍ତ ଅଞ୍ଚଳ ନାଁ େନଲେନି କି ମନ୍ତ୍ରୀଙ୍କ ନାଁ। କହିଥିଲେ, ଧାର୍ମିକନଗରୀ ପୁରୀରେ ୭/୮ ବର୍ଷ ତଳେ ଗୋଟିଏ ଝିଅ ସହ ଯାହା ହୋଇଥିଲା ଏଠିକାର ପ୍ରଶାସନ ତାକୁ ନ୍ୟାୟ ଦେଇପାରିଲା ନାହିଁ। ଠିକ ଭାବରେ ଯାଞ୍ଚ କରା ନ ଯିବା ଫଳରେ ମହିଳାମାନଙ୍କ ପକ୍ଷରୁ ଯେଉଁ ବିରୋଧାଭାବ ଜାଗ୍ରତ ହୋଇଛି, ତାହା ହେବା ସ୍ୱାଭାବିକ। ସରକାରଙ୍କୁ ମୋର ଅନୁରୋଧ, ଏ ପ୍ରସଙ୍ଗକୁ ଗୁରୁତ୍ବର ସହ ନେଇ ଯାଞ୍ଚ କରାଯାଉ। ଫଳରେ ଏହି କାର୍ଯ୍ୟ କରୁଥିବା ରାକ୍ଷସମାନଙ୍କ ପ୍ରତି କଡ଼ା ବାର୍ତ୍ତା ଯିବ।

ମାତ୍ର ୧୨ ଦିନ ବ୍ୟବଧାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀ ଆଜି ଦିନିକିଆ ଗସ୍ତରେ ଆସି ଉତ୍ତର ଓଡ଼ିଶାର ବାରିପଦା ସହରରେ ଏକ ସରକାରୀ କାର୍ଯ୍ୟକ୍ରମରେ େଯାଗ ଦେଇଥିଲେ। ପରେ ଐତିହାସିକ ଛଉପଡିଆରେ ଆେୟାଜିତ ସମାବେଶରେ କର୍ମୀଙ୍କୁ ଉଦବୋଧନ େଦଇ େମାଦୀ କଂଗ୍ରେସ ପ୍ରତି ଅତ୍ୟନ୍ତ କଠୋର ଓ ନବୀନଙ୍କ ପାଇଁ ଯଥେଷ୍ଟ େକାହଳ ଆଭିମୁଖ୍ୟ େପାଷଣ କରିଥିଲେ। ଭାଷଣର ପାଖାପାଖି ତିନି ଭାଗ ସମୟ କେବଳ କଂଗ୍ରେସ ବିେରାଧରେ ଯାଇଥିଲା।

ପ୍ରଧାନମନ୍ତ୍ରୀ କହିଥିଲେ, ମଧ୍ୟପ୍ରଦେଶରେ କଂଗ୍ରେସ େନତୃତ୍ବାଧୀନ ସରକାର ଆସୁ ଆସୁ ବନ୍ଦେ ମାତରମ୍‌ ଗାନକୁ ବନ୍ଦ କରିଛନ୍ତି। ଜରୁରୀକାଳୀନ ପରିସ୍ଥିତିରେ କାର୍ଯ୍ୟ କରୁଥିବା ସେନା କର୍ମଚାରୀଙ୍କ ପେନସନ୍‌ ବନ୍ଦ େହଲାଣି। ହେଲିକପ୍ଟର ଦୁର୍ନୀତିରେ କ˚ଗ୍ରେସର ସ˚ପୃକ୍ତି ଥିବା ଜଣେ ବିଦେଶୀ ମିଡ଼ିଲମ୍ୟାନ୍‌ର ଚିଠିରୁ ସ୍ପଷ୍ଟ ହୋଇଛି। କ˚ଗ୍ରେସ ସରକାର ସମୟରେ ଉକ୍ତ ବିଦେଶୀ ଜଣଙ୍କ ସରକାରଙ୍କର ସମସ୍ତ ଗୁପ୍ତ ତଥ୍ୟ ବିଷୟରେ କେବଳ ଅବଗତ ଥିଲା ତା ନୁେହଁ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହିତ ଉକ୍ତ ବିଦେଶୀର ଘନିଷ୍ଠ ସମ୍ପର୍କ ଥିଲା।

କଂଗ୍ରେସକୁ ଆହୁରି ଭର୍ତ୍ସନା କରି ପ୍ରଧାନମନ୍ତ୍ରୀ କହିଥିଲେ, ଚୌକିଦାର ଭାବେ ଦେଶର ସୁରକ୍ଷା ପାଇଁ କାମ କରୁଥିବାରୁ କ˚ଗ୍ରେସ ଦଳ ତାଙ୍କୁ ରାସ୍ତାରୁ ହଟାଇବାକୁ ଚାହୁଁଛି। ଏହି ଅବସରରେ ସେ ଦେଶର ପ୍ରଥମ ମହିଳା ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ କାର୍ଯ୍ୟଦକ୍ଷତା ଓ ପ୍ରତିବଦ୍ଧତାକୁ ପ୍ରଶ˚ସା କରିଥିଲେ।

ଭାଷଣ ଛଳରେ କେନ୍ଦ୍ର ସରକାରଙ୍କର ଉଜ୍ଜ୍ବଳା, ମିସନ ଇନ୍ଦ୍ରଧନୂଷ୍‌, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା, ବେଟି ବଚାଅ, ବେଟି ପଢ଼ାଅ ଭଳି ବିଭିନ୍ନ ଯୋଜନା ସଂପର୍କରେ େଲାକଙ୍କୁ ଅବଗତ କରାଇଥିଲେ। ଟୀକାକରଣ େକ୍ଷତ୍ରରେ ସରକାରଙ୍କ ସଂକଳ୍ପ ସଂପର୍କରେ ବି ସୂଚାଇବାକୁ ଭୁଲିନଥିଲେ। ସମତା, ସମାନତା ଓ ସାମାଜିକ ନ୍ୟାୟକୁ ଆଧାର କରି କେନ୍ଦ୍ର ସରକାର ଦେଶ ତଥା ଓଡ଼ିଶାର ପ୍ରଗତି ପାଇଁ ପ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ।

ଓଡ଼ିଶା ସଂପର୍କରେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ େବଶ େରାଚକ ଥିଲା। ପ୍ରଧାନମନ୍ତ୍ରୀ କହିଥିଲେ, ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ। ଆୟୁଷ୍ମାନ ହେଉ ଅବା ଉଜ୍ଜ୍ବଳା, ସ୍ବଚ୍ଛ ଭାରତ କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରତିଟି ଯୋଜନାରେ ରାଜ୍ୟ ପାଇଁ କେନ୍ଦ୍ର ସରକାର ରଖିଛନ୍ତି ବିକାଶର ଅସୁମାରୀ ସୁଯୋଗ। ମାତ୍ର ରାଜ୍ୟ ସରକାର ନିଜର ରାଜନୈତିକ ଅଭିଳାଷକୁ ମେଣ୍ଟେଇବା ପାଇଁ ରାଜ୍ୟବାସୀଙ୍କୁ ବିଭିନ୍ନ ଯୋଜନାର ସୁଫଳରୁ ବଞ୍ଚିତ କରୁଛନ୍ତି। ମହିଳାଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଓ ସୁରକ୍ଷା କ୍ଷେତ୍ରରେ ଯଥେଷ୍ଟ ପଛରେ ପଡ଼ିଛନ୍ତି। ନାରୀ ସୁରକ୍ଷା କ୍ଷେତ୍ରରେ ରାଜ୍ୟ ସରକାରଙ୍କର ଟ୍ରାକ ରେକର୍ଡ ବେଶ୍‌ ନୈରାଶ୍ୟଜନକ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ।

କୌତୂହଳର କଥା େହଲା, ପୂର୍ବ ସଭାମାନଙ୍କ ଭଳି ଏହି ସଭାରେ ମଧ୍ୟ ଆୟୁଷ୍ମାନ େଯାଜନାକୁ ରାଜ୍ୟ ସରକାର ଓଡ଼ିଶାରେ ଲାଗୁ କରୁନଥିବା େନଇ ସୂଚାଇବାକୁ ଭୁଲିନଥିଲେ ପ୍ରଧାନମନ୍ତ୍ରୀ। ବାରିପଦାରେ ଦେବୀ ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣିବା, ମହିଳା ସଶକ୍ତୀକରଣର ପ୍ରକୃଷ୍ଟ ଉଦାହରଣ େବାଲି େମାଦୀ କହିଥିଲେ।

ଜୟ ଜଗନ୍ନାଥ କହି ନିଜର ଭାଷଣ ଆରମ୍ଭ କରିଥିବା ମୋଦୀ ଆଜି ସାନ୍ତାଳ ଓ ଭୂମିଜ ଭାଷାରେ ସାନାମ୍‌କଗେ ଜୁହାର‌୍‌ ଏବ˚ ସବେନ୍‌କଗେ ଜୁହାର‌୍‌ କହି ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧନ କରିଥିଲେ। ମୟୂରଭଞ୍ଜର ବରପୁତ୍ର ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ, ପଣ୍ତିତ ରଘୁନାଥ ମୁର୍ମୁ ପ୍ରମୁଖଙ୍କ ନାମ ଆସିଲେ ସ୍ବତଃପ୍ରବୃତ୍ତ ଭାବେ ଶ୍ରଦ୍ଧା ସମ୍ମାନ ଆସିଥାଏ େବାଲି ପ୍ରଧାନମନ୍ତ୍ରୀ କହିଥିଲେ। ସାନ୍ତାଳି ଭାଷାକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ହିଁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ କରିଥିବା ମନେ ପକାଇଥିଲେ ମୋଦୀ। େଖାର୍ଧାରେ େଲାକଙ୍କ ଉପସ୍ଥିତିକୁ ବାରିପଦା ଭାଙ୍ଗିଛି େବାଲି କହି ସଭାରେ ଉପସ୍ଥିତ କର୍ମୀଙ୍କ ମନୋବଳକୁ ପ୍ରଧାନମନ୍ତ୍ରୀ ଆରମ୍ଭରୁ ବଢାଇଥିଲେ ହେଁ, ତାଙ୍କ ଭାଷଣ େଶଷ େବଳକୁ କର୍ମୀ ମହଲରେ କିନ୍ତୁ ନିରାଶା େଖଳିଯାଇଥିଲା।

ସମ୍ବନ୍ଧିତ ଖବର