ଜାଣନ୍ତୁ କଟକର କିଏ ସେହି ଚା’ ବିକାଳି, ଯାହାଙ୍କ ନାମ ନେବାକୁ ବାଧ୍ୟ ହୋଇଛନ୍ତି ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ପୁଣିଥିରେ ଦେଶବାସୀଙ୍କୁ ‘ମନ କି ବାତ’ ଜରିଆରେ ସମ୍ଭୋଧିତ କରିଛନ୍ତି। ମୋଦି ରେଡିଓ ଜରିଆରେ ଏକ ଖାସ୍‌ ବ୍ୟକ୍ତିଙ୍କ ପରିଚୟ କରାଇଛନ୍ତି। ମୋଦି ‘ମନ କି ବାତ’ କାର୍ଯ୍ୟକ୍ରମରେ କଟକର ଚା’ ବ୍ୟବସାୟୀ ପ୍ରକାଶ ରାଓଙ୍କ ବିଷୟରେ କହିଛନ୍ତି।

ପ୍ରକାଶ ରାଧ କଟକର ଏକ ଛୋଟ ଚା’ ବ୍ୟବସାୟୀ। ସେ ଏପରି କିଛି କାମ କରିଛନ୍ତି ଯେଉଁଥିପାଇଁ ମୋଦି ତାଙ୍କ ନାମ ନେବା ପାଇଁ ବାଧ୍ୟ ହୋଇଛନ୍ତି। ‘ମନ କି ବାତ’ରେ ମୋଦି କହିଛନ୍ତି, ଶ୍ରୀମାନ୍‌ ପ୍ରକାଶ ରାଓ ଗତ ୫୦ ବର୍ଷ ହେବ କଟକରେ ଚା ବିକ୍ରୀ କରୁଛନ୍ତି । କିନ୍ତୁ ଏହି ବଦାନ୍ୟ ବ୍ୟକ୍ତି ଯିଏ କି ଚା ବିକ୍ରୀ କରି ମଧ୍ୟ ୭୦ରୁ ଉର୍ଧ୍ୱ ଅସହାୟ ପିଲାଙ୍କୁ ଶିକ୍ଷିତ କରିବା ପାଇଁ ନିଜର ସବୁ କିଛି ସମର୍ପିତ କରିଦେଇଛନ୍ତି । ତାହା ଜାଣି ଆଶ୍ଚର୍ଯ୍ୟ ଲାଗିଲା।

କଟକ ସହରର ବସ୍ତି ଓ ଝୁପୁଡ଼ି ତଳେ ବସବାସ କରୁଥିବା ପିଲାମାନଙ୍କ ପାଇଁ ‘ଆଶା ଆଶ୍ୱାସନ’ ନାମରେ ସେ ଏକ ସ୍କୁଲ ଖୋଲିଛନ୍ତି । ଯେଉଁଥିରେ ସେ ନିଜର ରୋଜଗାର କରୁଥିବା ୫୦ ପ୍ରତିଶତ ଅର୍ଥକୁ ସ୍କୁଲରେ ପିଲାଙ୍କ ପାଇଁ ଖର୍ଚ୍ଚ କରି ଦେଇଥାଆନ୍ତି। କେବଳ ସେତିକି ନୁହେଁ ସ୍କୁଲରେ ପଢ଼ୁଥିବା ସମସ୍ତ ପିଲାମାନଙ୍କ ପାଇଁ ସ୍ୱାସ୍ଥ୍ୟ, ଶିକ୍ଷା ଓ ଖାଦ୍ୟ ପେୟର ସମସ୍ତ ବ୍ୟବସ୍ଥା ପ୍ରକାଶ ରାଓ ତୁଲାଇଥାଆନ୍ତି। ପ୍ରକାଶ ରାଓଙ୍କ ଏଭଳି ପରିଶ୍ରମ, ନିଷ୍ଠାପରତା ଏବଂ ଅସହାୟ ଗରିବ ପିଲାଙ୍କ ପାଇଁ ତାଙ୍କର ଅବଦାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର