ଝାରସୁଗୁଡ଼ାଠାରେ ‘ବୀର ସୁରେନ୍ଦ୍ରସାଏ ବିମାନବନ୍ଦର ’କୁ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

ଝାରସୁଗୁଡ଼ା:ଆଜି ଝାରସୁଗୁଡ଼ା ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟର ଦ୍ୱିତୀୟ ବିମାନ ବନ୍ଦର ଭାବେ ‘ବୀର ସୁରେନ୍ଦ୍ରସାଏ ବିମାନବନ୍ଦର’କୁ ଲୋକାର୍ପିତ କରିଛନ୍ତି। ଏହି ଲୋକାର୍ପଣ ଉତ୍ସବରେ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ସୁରେଶ ପ୍ରଭୁ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ପ୍ରମୁଖ ଉପସ୍ଥିିତ ଥିଲେ।
ଝାରସୁଗୁଡ଼ାଠାରେ ‘ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ’କୁ ଲୋକାର୍ପଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ଯୋଗାଯୋଗ କ୍ଷେତ୍ରରେ ସୁବିଧା ବିକାଶର ଧାରାକୁ ତ୍ୱରାନ୍ଵିତ କରିଥାଏ। ଦୀର୍ଘ ଦିନ ଧରି ଝାରସୁଗୁଡ଼ା ବିମାନବନ୍ଦରର ବିକାଶ ହୋଇ ନ ଥିବାରୁ ପରୋକ୍ଷରେ ପ୍ରଧାନମନ୍ତ୍ରୀ ପୂର୍ବ ସରକାରଙ୍କୁ ସମାଲୋଚନା କରିଥିଲେ। ପରେ କହଥିଲେ ଯେ ଗୁଜୁରାଟର କଚ ଜିଲ୍ଲାରେ କେବଳ ୫ଟି ବିମାନବନ୍ଦର ରହିଛି। ମାତ୍ର ସ୍ୱାଧୀନତା ପରେ ଓଡ଼ିିଶାର ଏହା ଦ୍ୱିତୀୟ ବିମାନବନ୍ଦର। ତେବେ ଉଡ଼ାନ କାର୍ଯ୍ୟକ୍ରମ ଜରିଆରେ ଦେଶରେ ବିମାନବନ୍ଦରର ବିକାଶ ପାଇଁ ଓ ବିମାନ ସେବା ଯାଗାଇଦେବା ପାଇଁ ବୈପ୍ଳବିକ ପରିବର୍ତ୍ତନ ହୋଇଛିି ବୋଲି ଶ୍ରୀ ମୋଦି କହିଥିଲେ।।


ଏହି ଅବସରର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାଷଣ ଦେଇ ଝାରସୁଗୁଡ଼ା ବିମାନବନ୍ଦରକୁ ବୀର ସୁରେନ୍ଦ୍ର ସାଏଙ୍କ ସ୍ମୃତିରେ ନାମିତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଷଳ। ମାତ୍ର ପ୍ରଧାନମନ୍ତ୍ରୀ ସେହି ବିମାନବନ୍ଦର ଲୋକାର୍ପଣ ଉତ୍ସବରେ ଝାରସୁଗୁଡ଼ା ବିମାନବନ୍ଦରର ନାମ‘ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର’ ବୋଲି ଘୋଷଣା କରି ଉପସ୍ଥିତ ଜନତାଙ୍କୁ ସ୍ତବ୍ଧ କରି ଦେଇଥିଷଳ। ,ଡି ଅବସରରେ ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ା ବିମାନବନ୍ଦରକୁ କମର୍ସିଆଲ ବିମାନବନ୍ଦରରେ ଓ ଏକ ସମସମ୍ପୂର୍ଣ୍ଣ ବିମାନବନ୍ଦରଭାବେ ବିକାଶ କରିବାକୁ ଅନୁରୋଧ କରିଥିଲେ।।
ପରେ ପ୍ରଧାନମନ୍ତ୍ରୀ ମହାନଦୀ କୋଲ୍‌ଫିଲ୍ଡସ୍‌ ଲିମିଟେଡ୍‌ର ଝାରସୁଗୁଡ଼ା-ସେରଡ଼େଗା ୫୩.୧ କିଲୋମିଟର ରେଳ ଲାଇନ୍‌ ଓ ଗର୍ଜନବାହାଲ୍‌ କୋଇଲା ଖଣିକୁ ମଧ୍ୟ ଉଦ୍‌ଘାଟନ କରିଥିଲେ।। ସେହିପରି ସୁନ୍ଦରଗଡ଼ରେ ଏନ୍‌ଟିପିସିର ଡୁଲାଙ୍ଗ ଖଣିକୁ ମଧ୍ୟ ଦେଶ ପ୍ରତି ଉତ୍ସର୍ଗ କରଥିଲେ ପ୍ରଧାନମନ୍ତ୍ରୀ।

ସମ୍ବନ୍ଧିତ ଖବର