ମୋଦୀଙ୍କ ବାରିପଦା, ନବୀନଙ୍କ ପୁରୀ : ବଦଳିଲା ରଣନୀତି

ପ୍ରତ୍ୟକ୍ଷ ଲଢ଼େଇ ପାଇଁ ପୁଣି ବିଜେଡି-ବିଜେପି ପ୍ରସ୍ତୁତ

ନୂଆଦିଲ୍ଲୀରେ ଧାରଣାରେ ବସିବେ ନବୀନ
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଯିବେନି
ବିଜେଡି ବିରୋଧରେ ଆଜି ଗର୍ଜିପାରନ୍ତି ମୋଦୀ

ଭୁବନେଶ୍ବର : ଆସନ୍ତାକାଲି ବାରିପଦା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ‌ମୋଦୀ। ଦଳୀୟ ସମାେବଶ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କର ସରକାରୀ କାର୍ଯ୍ୟକ୍ରମ ରହିଛି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସେଠାରେ ଅତିଥି। ହେଲେ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଉନାହାନ୍ତି। ବରଂ ମୁଖ୍ୟମନ୍ତ୍ରୀ କାଲି ପୁରୀରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବେ ଓ ସେଠାରେ ସରକାରୀ କାର୍ଯ୍ୟକ୍ରମ ଆଳରେ ବିଜେଡି ଶକ୍ତି ପ୍ରଦର୍ଶନ କରିବ।

ମୁଖ୍ୟମନ୍ତ୍ରୀଙ୍କର ଏଭଳି ପଦକ୍ଷେପ ଆଜି ରାଜନୈତିକ ମହଲକୁ ଆେଲାଚନା ପାଇଁ େଖାରାକ ଯୋଗାଇଛି। ମୁଖ୍ୟମନ୍ତ୍ରୀ କାହିଁକି ଯୋଗଦେବେ ନାହିଁ, ସେ ନେଇ ଦଳ ବା ସରକାରଙ୍କ ପକ୍ଷରୁ କିଛି ବି କୁହାଯାଇନାହିଁ। ତେବେ କେନ୍ଦ୍ର ବିେରାଧରେ ବିେଜଡି ରଣହୁଙ୍କାର େଦଇଥିବା ପରିପ୍ରେକ୍ଷୀରେ ନବୀନ ଏଭଳି ନିଷ୍ପତ୍ତି ନେଇଥିବା ଗୋଟିଏ ପକ୍ଷ ମତ ରଖୁଛନ୍ତି। କେବଳ ସେତିକି ନୁହେଁ, ବିେଜଡି ଆଜି ଏକଥା ବି ସୂଚନା ଦେଇଛି ଯେ ନୂଆଦିଲ୍ଲୀ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ। ବିେଜଡି ଧାରଣାସ୍ଥଳରେ ଉପସ୍ଥିତ ରହିବେ। ଅର୍ଥାତ୍ କେନ୍ଦ୍ର ବିେରାଧରେ ଯୁଦ୍ଧ ଡାକରା ଦେବା ଲାଗି ମୁଖ୍ୟମନ୍ତ୍ରୀ ପୂରା ଦମ୍‌ରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।

୨୪ ତାରିଖରେ ଆଇଆଇଟି କ୍ୟାମ୍ପସରେ ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ ଏକାଠି ବସିଥିଲେ। ଉଭୟଙ୍କ ବାର୍ତାଳାପର ଫଟୋ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଥିଲା। ପରବର୍ତୀ ସମୟରେ ଦଳୀୟ ସମାବେଶରେ ଯୋଗଦେଇ ମୋଦୀ ମୁଖ୍ୟମନ୍ତ୍ରୀଙ୍କ ନାଁ ନେଇନଥିଲେ କି ବିଜେଡି କଥା କହିନଥିଲେ। ବରଂ ପରୋକ୍ଷରେ ରାଜ୍ୟ ସରକାରଙ୍କ ବିରୋଧରେ ୮ଟି ପ୍ରସଙ୍ଗ ଉଠାଇ ଜବାବ ମାଗିଥିଲେ। ଏହାକୁ ନେଇ ବିଜେପି କର୍ମୀଙ୍କ ମନରେ ଦ୍ବନ୍ଦ୍ବ ବଢିଯାଇଥିଲା।

୧୦ ଦିନ ବ୍ୟବଧାନରେ ପ୍ରଧାନମନ୍ତ୍ରୀ ପୁଣି ଓଡ଼ିଶା ଗସ୍ତରେ ଆସୁଥିଲେ ହେଁ, ଏଥର ସବୁକିଛି ଓଲଟପାଲଟ ହୋଇଛି। କାରଣ ପ୍ରଧାନମନ୍ତ୍ରୀଙ୍କ ଆଭିମୁଖ୍ୟକୁ ଲକ୍ଷ୍ୟ କରି ବିେଜଡି ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ କେବଳ ଶାଣିତ ଶବ୍ଦରେ ‌କେନ୍ଦ୍ରୀୟ ଅବହେଳାକୁ ସମାଲୋଚନା କରିଥିଲେ ତା ନୁହେଁ, ଆର୍ଥିକ ସ୍ବାଧୀନତା ବି ମାଗିଥିଲେ। ଗୁରୁବାର ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ନବୀନ ୨୪ ତାରିଖ ବୈଠକରେ ସେ ଯେ ଅସତ୍ୟ ତଥ୍ୟ ଦେଇଥିଲେ ଏକଥା ବି ଜଣାଇ ଦେଇଛନ୍ତି।

ରାଜନୈତିକ ମହଲ କହିବା କଥା ହେଉଛି, ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଉଗ୍ର ଆଭିମୁଖ୍ୟ ଗ୍ରହଣ କରିପାରନ୍ତି। କାରଣ, ନବୀନ ଯେଉଁ ପ୍ରସଙ୍ଗ ସବୁ ଉଠାଇଛନ୍ତି, ତାହାର ଉତ୍ତର ଦେବାକୁ ଯାଇ ମୋଦୀ ପ୍ରଚଣ୍ଡ ବର୍ଷିବା ସମ୍ଭାବନା ଅଧିକ। ଏପଟେ ନବୀନ ବି ଆସନ୍ତାକାଲି ପୁରୀରେ ଭିନ୍ନ କିଛି ବାର୍ତା ଦେବେ ଓ ମହିଳାଙ୍କ ସଂପର୍କରେ ନୂଆ ଯୋଜନା ବା କାର୍ଯ୍ୟକ୍ରମ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଗଲାଣି।

ଏସବୁକୁ ନେଇ େନଇ ସଂପ୍ରତି ଓଡ଼ିଶା ରାଜନୀତି ପାଣିପାଗ ଧୀରେ ଧୀରେ ଗୋଳିଆ ଧରିଲାଣି। ହିନ୍ଦୀ ଭାଷାଭାଷୀ ଅଞ୍ଚଳରୁ ବିଦା େହବା ପରେ ପ୍ରଧାନମନ୍ତ୍ରୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ େଯଭଳି ଓଡ଼ିଶାର ୨୧ଟି େଲାକସଭା ଆସନକୁ ବଡ଼ ପୁଞ୍ଜି ଭଳି ଭାବୁଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେଭଳି ଓଡ଼ିଶାର ସ୍ବାର୍ଥ ପ୍ରସଙ୍ଗ ଉଠାଇ ଗେରୁଆ ଦଳକୁ େରାକିବା ଲାଗି ପ୍ରଧାନମନ୍ତ୍ରୀଙ୍କ ସହିତ ମୁହାଁମୁହିଁ େହବାକୁ ବସିଲେଣି।

ହିନ୍ଦୀ ଭାଷାଭାଷୀ ଅଞ୍ଚଳରେ ବିଜେପି େଭାଟ ବ୍ୟାଙ୍କ ମାଡ଼ େହବା ପରେ େମାଦୀ-ଅମିତ ଶାହ େଯାଡି ମିସନ ୧୨୩ ଅଭିଯାନ ଆରମ୍ଭ କରିଛନ୍ତି। େସଥିରେ ଓଡ଼ିଶା, ପଶ୍ଚିମବଙ୍ଗ ଓ ଆସାମର ୭୭ଟି ଆସନ ରହିଛି। ଏଣୁ ଏଥିରୁ େଯତେ ଅଧିକ ଆସନ ଜିତିବେ, ବିଜେପି ପାଇଁ ଦିଲ୍ଲୀ ଆସନ ଗଢିବା ସେତିକି ସହଜ େହବ।

ହେଲେ ସାେଢ ଚାରିବର୍ଷ ଧରି େମାଦୀ-ଶାହ ଏତେ କଳବଳ କୌଶଳ କରିବା ସତ୍ତ୍ବେ, ରାଜ୍ୟ ବିେଜପି ନିଜ େଗାଡରେ ଠିଆ େହବାର ଦକ୍ଷତା ରଖିପାରି ନାହିଁ। ଯଦିଓ ଜଣେ ସାଂସଦ ଓଡ଼ିଶାରୁ ଜିତିଛନ୍ତି, କିନ୍ତୁ ଦୁଇଜଣ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ରାଜ୍ୟକୁ ମିଳିଛି। ସବୁ କ୍ଷମତା େଦବା ପରେ ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକଳ୍ପ େହବାରେ କେହି ବି ସକ୍ଷମ େହଲେ ନାହିଁ। ଲୋକଙ୍କ ଆସ୍ଥାଭାଜନ ତ ଦୂରର କଥା, ଦଳୀୟ କର୍ମୀଙ୍କ ମନ କିଣି ରଖିବା ବି କାଠିକର ପାଠ େହାଇପଡିଛି। ପରିଣାମ େହଲା, ସଂଜୀବନୀ ଭଳି ନିର୍ବାଚନ ବର୍ଷରେ ବି ଜଣେ ସାଧାରଣ ଜାତୀୟସ୍ତରର େନତା ଭଳି ପ୍ରଧାନମନ୍ତ୍ରୀ ଓ ବିେଜପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ବାରମ୍ବାର ଆସିବାକୁ ପଡୁଛି। ଏହାଦ୍ବାରା ସେମାନଙ୍କୁ ସଫଳତା ମିଳିପାରେ କିନ୍ତୁ ସମାନ୍ତରାଳ ଭାବେ ଗୁରୁତ୍ବ ହରାଇବା ଆଶଙ୍କାକୁ ବି ଏଡାଇ ଦେଇ େହବ ନାହିଁ େବାଲି ରାଜନୈତିକ ମହଲ ମତ ରଖୁଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ବି ଏଥର ନିର୍ବାଚନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଆଞ୍ଚଳିକ ଦଳର ଦବଦବା ରଖିବା ସହିତ ପଞ୍ଚମ ଥର କ୍ଷମତା ହାସଲ ଲାଗି େସ କୌଣସି ସୁେଯାଗ ହାତଛଡା କରିବାକୁ ଚାହୁଁନାହାନ୍ତି। ନୂଆଦିଲ୍ଲୀରେ ପତିଆରା ବଢାଇବା ସହିତ ସମସ୍ତ ୨୧ଟି େଲାକସଭା ଆସନ ଉପରେ ହିଁ ନଜର ରଖିଛନ୍ତି। କାରଣ େଯତେ ଅଧିକ ଆସନରେ ଦଳ ଜିତିବ, ଦିଲ୍ଲୀରେ ସେତିକି ପତିଆରା ବଢିବ। ଏଥିପାଇଁ େସ ପ୍ରଧାନମନ୍ତ୍ରୀ ସାମ୍ନାରେ ଅଡୁଆ ପ୍ରଶ୍ନ ରଖି ଜବାବ ତଲବ କରୁଛନ୍ତି ଓ ତାଙ୍କ ବକ୍ତବ୍ୟର ଅସତ୍ୟ ଦିଗର ମଧ୍ୟ ପର୍ଦାଫାସ କରୁଛନ୍ତି। ଏପରିକି ନୂଆଦିଲ୍ଲୀର ରାଜରାସ୍ତାରେ ବସିବା ଲାଗି ମଧ୍ୟ େନଲେଣି।

ନବୀନଙ୍କ ଏହି ପରିବର୍ତିତ କାର୍ଯ୍ୟଧାରା ଗ୍ରହଣୀୟ େହଉଛି ବା ଗ୍ରହଣୀୟତା ହରାଉଛି। େମାଦୀ-ଶାହ େଯାଡି ଓଡ଼ିଶାରେ ସଫଳ ହେବେ ନା ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ ଭଳି େଲାକେ େସମାନଙ୍କୁ ପ୍ରତ୍ୟାଖ୍ୟାନ କରିବେ, ଏହା ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର