ପିଏନ୍‌ବି ଠକେଇ ଲିଙ୍କ୍‌ : ଆଉ ୪ଟି ଅଳଙ୍କାର ଦୋକାନରେ ଇଡି ଚଢ଼ଉ; ହୀରା ଗହଣା ଜବତ

ଭୁବନେଶ୍ୱର : ବହୁଚର୍ଚିତ ପିଏନ୍‌ବି ଠକେଇ ଘଟଣାରେ ଆଜି ମଧ୍ୟ ଇଡି( ପ୍ରବର୍ତନ ନିର୍ଦେଶାଳୟ) ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ଗୀତାଞ୍ଜଳି ଜୁଏଲର୍ସ ସମେତ ୪ଟି ଅଳଙ୍କାର ଦୋକାନ ଉପରେ ଚଢ଼ଉ କରାଯାଇଛି। ଚଢ଼ଉବେଳେ ଇଡି କର୍ତୃପକ୍ଷ ଏହିସବୁ ଗହଣା ଦୋକାନର ଷ୍ଟକ୍‌, ବିକ୍ରି, କ୍ରୟ ଓ କେତେକ କାଗଜପତ୍ର ଯାଞ୍ଚ କରିବା ସହିତ କେତେକ ଦୋକାନରୁ ବିପୁଳ ପରିମାଣର ହୀରା ଗହଣା ଜବତ କରିଛି। ଗତକାଲି ମଧ୍ୟ କଟକ ଓ ଭୁବନେଶ୍ୱରର ୫ଟି ଅଳଙ୍କାର ଦୋକାନରେ ଚଢ଼ଉ କରାଯାଇଥିଲା। ତେବେ ପିଏନ୍‌ବି ଠକେଇ ସହିତ ଏହି ଚଢ଼ଉର କୌଣସି ସମ୍ପର୍କ ନାହିଁ ବୋଲି କର୍ତୃପକ୍ଷ କହିଥିଲେ। ମାତ୍ର ଅନ୍ୟ ଏକ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ନିରବ ମୋଦିଙ୍କ ଗୀତାଞ୍ଜଳି ବ୍ରାଣ୍ଡ୍‌ ଓ ପିଏନ୍‌ବି ଠକେଇ ନେଇ ଏଭଳି ଚଢ଼ଉ କରାଯାଇଛି।

ସମ୍ବନ୍ଧିତ ଖବର