ଶ୍ରୀମନ୍ଦିରରୁ ପକେଟମାର୍‌ ଗିରଫ

ପୁରୀ : ଆଜି ପୂର୍ବାହ୍ନରେ ଶ୍ରୀମନ୍ଦିରରେ ପକେଟମାର କରୁଥିବା ଜଣେ ଯୁବକକୁ ସିଂହଦ୍ଵାର ଥାନା ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ନିବାସୀ ମନୋଜ ଗୁମାନସିଂ ଶ୍ରୀମନ୍ଦିରରେ ଜୟବିଜୟ ଦ୍ଵାର ସମ୍ମୁଖରେ ଠାକୁରଙ୍କ ଦର୍ଶନ କରୁଥିଲେ। ଏହି ସମୟରେ କଟକ ସଦର ଥାନା ଅନ୍ତର୍ଗତ କହଁରପୁର ନିବାସୀ ସାଗର ମଲ୍ଲିକ କୌଶଳକ୍ରମେ ତାଙ୍କର ପକେଟରୁ ୧ ହଜାର ଟଙ୍କା ପକେଟମାର୍‌ କରୁଥିଲା। ମାତ୍ର ସେଠାରେ ଥିବା ସାଦାପୋଷାକଧାରୀ ପୁଲିସମାନେ ସାଗରକୁ ଧରିପକାଇ ସିଂହଦ୍ଵାର ଥାନା ଜିମାରେ ଦେଇଥିଲେ। ଏ ନେଇ ମନୋଜ ସିଂହଦ୍ଵାର ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ସାଗରକୁ ଗିରଫ କରି କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର