ଭୁବନେଶ୍ୱର: ସସ୍‌ ଖାଉଥିଲେ ରୁହନ୍ତୁ ସାବଧାନ!

ଭୁବନେଶ୍ୱର: ଫାଷ୍ଟ ଫୁଡ୍‌ ଖାଉଛନ୍ତି ଯଦି, ସସ୍‌ ପ୍ରତି ଧ୍ୟାନ ଦିଅନ୍ତୁ। ନ ହେଲେ ଯାହା ହେବ ପରେ ବୁଝିବେ। ରାଜଧାନୀ ଭୁବନେଶ୍ୱରରେ କିଛି କମ୍ପାନିର ସସ୍‌ ମିଳୁଛି, ଯେଉଁଥିରେ ବିଷାକ୍ତ ପଦାର୍ଥ ରହୁଥିବା ଜଣାପଡ଼ିଛି। ବଜାରରେ ଉପଲବ୍ଧ କିଛି ବ୍ରାଣ୍ଡର ଟମାଟୋ ଓ ଚିଲି ସସ୍‌ ସ୍ୱାସ୍ଥ୍ୟ ପକ୍ଷେ ବିପଦ ବୋଲି ପରୀକ୍ଷା ପରେ ଜଣାପଡ଼ିଛି। କିଛି ବ୍ରାଣ୍ଡର ସସ୍‌ ନିମ୍ନମାନ ଓ ଅସୁରକ୍ଷିତ ବୋଲି ଜଣାପଡ଼ିଛି।

ପରୀକ୍ଷା ପରେ ଜଣାପଡ଼ିଛି ଯେ, ଖାଦ୍ୟ ନିରାପତ୍ତା ଓ ଗୁଣବତ୍ତା ବିଧିର ଉଲଂଘନ ହେଉଛି। ଖାଦ୍ୟ ସାମଗ୍ରୀରେ ମିଶ୍ରିତ ଉପାଦାର ଅନିପାତ ଠିକ୍‌ ରହୁ ନାହିଁ। ଟମାଟୋ ସସ୍‌ରେ ସିନ୍ଥେଟିକ୍‌ ରଙ୍ଗ ବ୍ୟବହାର ହେଉଛି। ସେହିପରି ଚିଲି ସସ୍‌ରେ ହଳଦିଆ ରଙ୍ଗ ମିଶ୍ରଣ ହେଉଥିବା ଯାଞ୍ଚ ରିପୋର୍ଟରେ ପ୍ରକାଶ ପାଇଛି। ଏଭଳି ସସ୍‌ ଖାଇବା ଦ୍ୱାରା ଲୋକଙ୍କୁ କ୍ୟାନସର ଓ ହାଇପର ଟେନସନ ଭଳି ସମସ୍ୟାରେ ପଡ଼ିବା ଆଶଙ୍କା ରହିଛି। ଏକ ଘରୋଇ ଟିଭି ଚ୍ୟାନାଲ ପକ୍ଷରୁ ଯାଞ୍ଚ ପାଇଁ ଆବେଦନ ହେବା ପରେ ରାଜ୍ୟ ଜନସ୍ୱାସ୍ଥ୍ୟ ପରୀକ୍ଷାଗାରରେ ନମୁନା ଯାଞ୍ଚ ହୋଇଥିଲା। ରାଜଧାନୀର ଅନ୍ୟତମ ବ୍ୟସ୍ତ ବହୁଳ ୟୁନିଟ-୪ ମାର୍କେଟରୁ ନମୁନା ସଂଗ୍ରହ କରାଯାଇଥିଲା।

ସମ୍ବନ୍ଧିତ ଖବର