ପୋଲାଭରମ୍‌ ମାମଲା ଓଡ଼ିଶା ଓ ତେଲେଙ୍ଗାନା ଏକାଠି ଲଢ଼ିବେ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୋଲାଭରମ ପ୍ରକଳ୍ପ ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତେଲେଙ୍ଗାନାର ସ୍ୱତନ୍ତ୍ର ପ୍ରତିନିଧି ରାମଚନ୍ଦ୍ର ତେଜାବତ ଭେଟି ଆଲୋଚନା କରିଛନ୍ତି। ଏହି ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ଦେଇ ଉଭୟ ରାଜ୍ୟ ସୁପ୍ରିମକୋର୍ଟରେ ମାମଲାକୁ ଏକାଠି ଲଢ଼ିବାକୁ ପସ୍ତାବ ଦେଇଛନ୍ତି।

ଅନ୍ୟପକ୍ଷରେ ଏହି ପ୍ରକଳ୍ପ ଦ୍ୱାରା ଓଡ଼ିଶା ଓ ତେଲେଙ୍ଗାନା ପ୍ରଭାବିତ ହେଉଥିବା କହିଛନ୍ତି ତେଲେଙ୍ଗାନାର ପ୍ରତିନିଧି ରାମଚନ୍ଦ୍ର ତେଜାବତ୍‌। କେବଳ ଏତିକି ନୁହେଁ, ପୋଲାଭରମ୍‌ ପ୍ରକଳ୍ପ ହେବା ଦ୍ୱାରା ତେଲେଙ୍ଗାନାର ୨ଲକ୍ଷ ଆଦିବାସୀ କ୍ଷତିଗ୍ରସ୍ତ ହେଉଛନ୍ତି । ତେଣୁ ପ୍ରକଳ୍ପର ପରିବର୍ତ୍ତନ ହେବା ଜରୁରୀ ବୋଲି ଉଭୟ ରାଜ୍ୟ ଦାବି କରୁଛନ୍ତି ।

ସମ୍ବନ୍ଧିତ ଖବର