ପୋଲାଭରମ୍‌ ପ୍ରକଳ୍ପ କ୍ଷୟକ୍ଷତି ଆକଳନ ଆରମ୍ଭ : ମୋଟୁରେ ୨୦ ଜଣିଆ ଦଳର ସର୍ଭେ

0 130

ମାଲକାନଗିରି : ଗୋଟିଏ ଦିଗରେ ମହାନଦୀ ବିବାଦ ଚାଲୁ ରହିଥିବା ବେଳେ ଅନ୍ୟପଟେ ପୋଲାଭରମ ବିବାଦ ମଧ୍ୟ ତେଜିବାରେ ଲାଗିଛି। ଉଭୟ ମହାନଦୀ ଓ ପୋଲାଭରମକୁ ପ୍ରକଳ୍ପକୁ ନେଇ ଓଡିଶାରେ କ୍ଷତି ହେଉଥିବା କୁହାଯାଉଥିବା ବେଳେ ପ୍ରକୃତରେ କେତେ କ୍ଷତି ହେଉଛି ତାହା ସଠିକ ଜଣାପଡୁ ନାହିଁ। ତେବେ, ଏହି ତଥ୍ୟ ହାସଲ ପାଇଁ ସରକାରଙ୍କ ପକ୍ଷରୁ ସାନି ସର୍ଭେ ଆରମ୍ଭ ହୋଇଛି।

Panda Mobile only

ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ଗତ ମାସକ ତଳେ ସର୍ଭେ କାମ ଆରମ୍ଭ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଆଜି ୨୦ ଜଣିଆ ବିଶେଷଜ୍ଞ ଦଳ ମୋଟୁ ଅଂଚଳରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରୁଛନ୍ତି। ୨୦ ଜଣକୁ ନେଇ ୪ଟି ଟିମ ଗଠନ କରାଯାଇଛି। ମାଲକାନଗିରି ଜିଲ୍ଲା ଜଳସେଚନ ବିଭାଗ ଯନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟ ଚାଲୁ ରହିଛି। ବର୍ତ୍ତମାନ ୨୦ଟି ଗାଁରେ କ୍ଷୟକ୍ଷତି ଆକଳନ ଚାଲୁ ରହିଛି। ଏମଭି-୭୯ ପୋଟେରୁ ଜଳ ସଂପଦ ପ୍ରକଳ୍ପ ନିର୍ବାହୀ ଯନ୍ତ୍ରୀ ପ୍ରଫୁଲ ପ୍ରଧାନଙ୍କ ନେତୃତ୍ୱରେ ୫ଜଣିଆ ଦଳ ଗଠନ କରାଯାଇ ମୋଟୁ ଓ ଏହାର ଆଖପାଖ ପ୍ରଭାବିତ ଅଂଚଳ ଗସ୍ତ କରି ସର୍ଭେ କାର୍ଯ୍ୟ ଚାଲିଛି। କ୍ଷତିଗସ୍ତ ହେଉଥିବା ସ୍ଥାନ ଗୁଡିକରେ ଚିହ୍ନ ଦିଆଯାଇଛି। ଭୁବନେଶ୍ୱରରୁ ଆସିଥିବା କିଛି ଅଧିକାରୀ ଏବଂ ସ୍ଥାନୀୟ ଯନ୍ତ୍ରୀମାନେ ପ୍ରଭାବିତ ହେଉଥିବା ଗ୍ରାମ ଗୁଡିକକୁ ବୁଲି ଯାଞ୍ଚ କରି ମାର୍କିଂ କରିଥିଲେ। ମାସକ ତଳେ ୨୦ଟି ସ୍ଥାନରେ ଚିହ୍ନ ଦିଆଯାଇଥିବା ସୂଚନା ମିଳିଛି।ଏହାକୁ ଦେଖିବା ପରେ ଆଉ କେତେ ଜମି କ୍ଷତି ହେବ ତାକୁ ମଧ୍ୟ ଆକଳନ କରାଯାଉଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.