ଲାଞ୍ଚ ନେବାବେଳେ ଧରାପଡ଼ିଲେ ପୁଲିସ୍‌ ଏଏସ୍‌ଆଇ

କଟକ : ଜଣେ ଅଭିଯୁକ୍ତଙ୍କୁ କୋର୍ଟ ନପଠାଇ ବ୍ୟକ୍ତିଗତ ଜାମିନ୍‌ରେ ଛାଡ଼ିବାକୁ ଜଣେ ପୁଲିସ୍‌ ଏଏସ୍‌ଆଇ ଲାଞ୍ଚ ନେଉଥିବାବେଳେ କଟକ ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧରାପଡ଼ିଛନ୍ତି। ଯାଜପୁର ଟମ୍‌କା ଥାନାର ସ˚ପୃକ୍ତ ଏଏସ୍‌ଆଇଙ୍କ ନାମ ବିଜୟ କୁମାର ଦାସ ବୋଲି ଜଣାପଡ଼ିଛି। ଟମ୍‌କା ଥାନାର ଏକ ମାମଲା (୪/୧୯)ରେ ଅଭିଯୁକ୍ତଙ୍କୁ ଖସାଇ ଦେବାକୁ ପୁଲିସ୍‌ ଅଧିକାରୀ ଜଣକ ୫ହଜାର ଟଙ୍କା ଲାଞ୍ଚ ମାଗୁଥିଲେ। ଏ ନେଇ ଅଭିଯୋଗ ହେବା ପରେ କଟକ ଭିଜିଲାନ୍ସ ଲାଞ୍ଚ ଟଙ୍କା ନେବାବେଳେ ଏଏସ୍‌ଆଇଙ୍କୁ ଶ୍ରୀ ଦାସଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର