ହାବିଲଦାର କନଷ୍ଟେବଲ ସିପାହୀ ମହାସଂଘକୁ ସମୟ ମାଗିଲେ ରାଜ୍ୟ ସରକାର

ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ଆନ୍ଦୋଳନ ପାଇଁ ଚେତାବନି ଦେଇଥିବା ହାବିଲଦାର କନଷ୍ଟେବଲ ସିପାହୀ ମହାସଂଘକୁ ରାଜ୍ୟ ସରକାର ସମୟ ମାଗିଛନ୍ତି। ରାଜ୍ୟ ସରକାର ଦାବି ଉପରେ ବିଚାର ପାଇଁ ୨ ଦିନ ସମୟ ମାଗିଛନ୍ତି। ସରକାର ସମୟ ମାଗିବା ପରେ ଆନ୍ଦୋଳନକୁ ମହାସଂଘ ୨ ଦିନ ଘୁଂଚାଇ ଦେଇଛି। ମହାସଂଘ କହିଛି, ଫେବ୍ରୁଆରି ୬ ସୁଦ୍ଧା ଦାବି ପୂରଣ ନ ହେଲେ ୭ରୁ ଆନ୍ଦୋଳନ ହେବ। ମହାସଂଘର ସଭ୍ୟମାନେ ୭ରୁ କଳାବ୍ୟାଜ ପିନ୍ଧିବେ ଏବଂ ଅସ୍ତ୍ରଶସ୍ତ୍ର ଫେରାଇ ଦେବେ। ମହାସଂଘର ସଭାପତି ସନ୍ତୋଷ ଶତପଥୀଙ୍କ ସୂଚନା ଅନୁସାରେ ୮ରୁ ଆନ୍ଦୋଳନ ପାଇଁ ନିଷ୍ପତ୍ତି ନିଆଯାଇଛି।

ସଂଘ ସଭାପତି ସତ୍ୟଜିତ ମିଶ୍ର କହିଛନ୍ତି, ଫେବ୍ରୁଆରି ୫ରେ ୬ ଦଫା ନେଇ ରାଜ୍ୟ ସରକାରଙ୍କ ସହିତ ସଂଘର ଆଲୋଚନା ହେବ। ଆଲୋଚନା ବିଫଳ ହେଲେ ପୁଲିସ କର୍ମଚାରୀମାନେ କଳାବ୍ୟାଜ୍‌ ପିନ୍ଧିବେ। ଏହା ପରେ ଫେବ୍ରୁଆରିରେ ପୁଲିସ କର୍ମଚାରୀମାନେ ସମୂହ ଛୁଟିରେ ଯିବେ।

ସମ୍ବନ୍ଧିତ ଖବର