ପୁଲିସ ମହାସ˚ଘ ନିର୍ବାଚନରେ କେଁ, ପୁଲିସ ମହାସ˚ଘ ନିର୍ବାଚନରେ କେଁ

କୁହୁଳିଲା ୧୮ ବର୍ଷର ଅସନ୍ତୋଷ, ହାଇକୋର୍ଟ ଯିବାକୁ ମହାସ˚ଘର ଚେତାବନୀ

କଟକ: ଏଯାଏ ରାଜ୍ୟରେ ୧୭ଟି ପୁଲିସ ଏଷ୍ଟାବ୍ଲିସମେଣ୍ଟକୁ ପୁଲିସ ବିଭାଗ ଶାଖା ସ˚ଘର ମାନ୍ୟତା ପ୍ରଦାନ କଲା ନାହିଁ। ତେଣୁ ଏଥିରେ ଥିବା ମୋଟ ୨୦ ହଜାର ପୁଲିସ କର୍ମଚାରୀ ଚଳିତ ବର୍ଷ ହାବିଲଦାର, କନଷ୍ଟେବଳ ଓ ସିପାହୀ ମହାସ˚ଘର ନିର୍ବାଚନରେ ଭୋଟଦାନ ପ୍ରକ୍ରିୟାରୁ ବ˚ଚିତ ହେବେ। ଏଥିପାଇଁ ମହାସ˚ଘରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ମହାସ˚ଘ ବାରମ୍ବାର ପୁଲିସ ଡିଜିଙ୍କୁ ଭେଟି ଦାବି ଜଣାଇଥିଲା। ଏବ˚ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ସୁଦ୍ଧା ପୁଲିସ ବିଭାଗ ୧୭ଟି ଏଷ୍ଟାବ୍ଲିସମେଣ୍ଟକୁ ବର୍ତ୍ତମାନ ସୁଦ୍ଧା ଶାଖା ସ˚ଘ ପାଇଁ ଅନୁମତି ଦେଉନାହିଁ। ସେହି ଏଷ୍ଟାବ୍ଲିସମେଣ୍ଟରେ କାର୍ଯ୍ୟ କରୁଥିବା ପୁଲିସ କର୍ମଚାରୀ ଭୋଟ୍‌ ଦାନରୁ ବାଦ୍‌ ପଡ଼ିବେ। ମହାସ˚ଘର ଟର୍ମ ଗଲା ୩ ମାସ ହେବ ଶେଷ ହୋଇଥିବା ବେଳେ ଏବେ ନିର୍ବାଚନକୁ ନେଇ କେଁ ବାହାରିଲାଣି।

ରାଜ୍ୟରେ ମୋଟ ୬୭ଟି ପୁଲିସ ଏଷ୍ଟାବ୍ଲିସମେଣ୍ଟରେ ୬୦ ହଜାର ପୁଲିସ କର୍ମଚାରୀ କାର୍ଯ୍ୟ କରୁଛନ୍ତି। କିନ୍ତୁ ହାବିଲ୍‌ଦାର, କନଷ୍ଟେବଳ ଓ ସିପାହୀ ମହାସ˚ଘ ଅଧୀନରେ ୫୦ଟି ଏଷ୍ଟାବ୍ଲିସମେଣ୍ଟକୁ ଶାଖା ସ˚ଘ କରିବାକୁ ଅନୁମତି ପୁଲିସ ବିଭାଗ ଦେଇଛି। ୨୦୦୨ ପରେ ନୂଆ କରି ଖୋଲିଥିବା ୧୮ଟି ଏଷ୍ଟାବ୍ଲିସମେଣ୍ଟକୁ ସ˚ଘ କରିବାକୁ ଅନୁମତି ଦିଆଯାଇ ନାହିଁ। ମହାସ˚ଘର ବାରମ୍ବାର ଦାବି ପରେ ୨୦୧୩ରେ ଅଷ୍ଟମ ବାଟାଲିୟନର ଗୋଟିଏ ଏଷ୍ଟାବ୍ଲିସମେଣ୍ଟକୁ ପୁଲିସ ଡିଜି ଶାଖା ସ˚ଘର ମାନ୍ୟତା ଦେଇଥିଲେ। କିନ୍ତୁ ଅବଶିଷ୍ଟ ୧୭ଟି ଏଷ୍ଟାବ୍ଲିସମେଣ୍ଟକୁ ସ˚ଘର ମାନ୍ୟତା ମିଳିଲା ନାହିଁ। ଆଇଆର‌୍‌ ବାଟାଲିୟନର ୯ଟି ଏଷ୍ଟାବ୍ଲିସମେଣ୍ଟ, ଏଏସ୍‌ ବାଟାଲିୟନର ୫ଟି, ଓଡ଼ିଶା ଇଣ୍ତଷ୍ଟ୍ରିଆଲ୍‌ ସିକ୍ୟୁରିଟି ଫୋର୍ସର ଗୋଟିଏ, ଏସ୍‌ଆଇଡବ୍ଲୁିର ୧ ଏବ˚ ଏସ୍‌ଓଜିର ଗୋଟିଏ ଏଷ୍ଟାବ୍ଲିସମେଣ୍ଟ ମାନ୍ୟତାରୁ ବଞ୍ଚିତ ରହିଛି। ପ୍ରାୟ ୧୮ ବର୍ଷ ହେବ ଦାବି ପୂରଣ ହେଉନଥିବାରୁ ପୁଲିସ ମହାସ˚ଘରେ ଏବେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏ ସ˚କ୍ରାନ୍ତରେ ବାରମ୍ବାର ପୁଲିସ ଡିଜି ଡାକ୍ତର ଆର‌୍‌.ପି. ଶର୍ମାଙ୍କୁ ଭେଟି ଦାବିପତ୍ର ପ୍ରଦାନ କରାଯାଇଥିଲା। ଦାବି ପୂରଣ ପାଇଁ ଏକ ପ୍ରକାର ପ୍ରତିଶ୍ରୁତି ମିଳିଥିଲା। କିନ୍ତୁ ତାହା ପୂରଣ ନହେବାରୁ ମହାସ˚ଘର ସାଧାରଣ ସମ୍ପାଦକ ବୃନ୍ଦାବନ ପ୍ରଧାନ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ଗଲା ଜୁନ ୧୦ ତାରିଖରେ ମହାସ˚ଘର ପ୍ରସ୍ତାବକୁ ବିଚାରକୁ ନେବାକୁ ହାଇକୋର୍ଟ ପୁଲିସ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଗୋଟିଏ ପଟେ ୧୭ଟି ଏଷ୍ଟାବ୍ଲିସମେଣ୍ଟକୁ ମାନ୍ୟତା ମିଳୁନଥିବା ବେଳେ ମହାସ˚ଘର ଟର୍ମ ଗଲା ଏପ୍ରିଲ ୨୬ ତାରିଖରୁ ଶେଷ ହେଲାଣି। ନିର୍ବାଚନ ତାରିଖ ଘୋଷଣା କରିବାକୁ ପୁଲିସ ବିଭାଗ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ମହାସ˚ଘରେ ଅସନ୍ତୋଷ ବଢ଼ୁଛି। ଦାବି ପୂରଣ ନହେଲେ ନିର୍ବାଚନ କରାଇ ନଦେବାକୁ ଗୋଷ୍ଠୀ ଏବେ ଅଣ୍ଟା ଭିଡ଼ିଲାଣି। ହାବିଲ୍‌ଦାର, କନଷ୍ଟେବଳ ଓ ସିପାହୀ ମହାସ˚ଘର ସଭାପତି ସନ୍ତୋଷ ଶତପଥୀ କହିଛନ୍ତି ଯେ, ୧୮ଟି ଏଷ୍ଟାବ୍ଲିସ୍‌ମେଣ୍ଟକୁ ସ˚ଘର ମାନ୍ୟତା ପାଇଁ ଡିଜିଙ୍କୁ ଏକ ପ୍ରତିନିଧି ଦଳ ବାରମ୍ବାର ଭେଟି ଦାବି ଜଣାଇଥିଲେ। ପରେ ହାଇକୋର୍ଟରେ ଏହାକୁ ନେଇ ଚ୍ୟାଲେଞ୍ଜ କରାଯାଇଥିଲା। କିନ୍ତୁ କୌଣସି ସୁଫଳ ମିଳି ନାହିଁ। ଏବେ ମହାସ˚ଘର ନିର୍ବାଚନ ପାଇଁ ଯଦି ତାରିଖ ଘୋଷଣା ହୁଏ, ତେବେ ପୁଣି ଥରେ ହାଇକୋର୍ଟର ଦ୍ବାରସ୍ଥ ହେବେ ବୋଲି ଶ୍ରୀ ଶତପଥୀ କହିଛନ୍ତି।

ସମ୍ବନ୍ଧିତ ଖବର