ବଦଳିଲେ କଟକ ଓ ଭୁବନେଶ୍ୱରର ମୋଟ ୨୬ଟି ଥାନାର ଆଇଆଇସି

ଭୁବନେଶ୍ୱର: କଟକ ଓ ଭୁବନେଶ୍ୱରର ମୋଟ ୨୬ଟି ଥାନାର ଆଇଆଇସିଙ୍କୁ ବଦଳି କରାଯାଇଛି। ଏହାକୁ କମିଶନରେଟ୍‌ ପୁଲିସ୍‌ର ବ୍ୟାପକ ଅଦଳବଦଳ କୁହାଯାଉଛି। ଏଡିସିପି, ଏସିପି ଏବଂ ଇନ୍‌ସପେକ୍ଟର ସ୍ତରରେ ଏହି ବ୍ୟାପକ ଅଦଳବଦଳ କରାଯାଇଛି। ଗିରିଜା ଶଙ୍କର ଚକ୍ରବର୍ତ୍ତୀ କ୍ୟାପିଟାଲ ଥାନାର ଆଇଆଇସି ହୋଇଥିବା ବେଳେ ଅରୁଣ କୁମାର ସ୍ୱାଇଁ ନୟାପଲ୍ଲୀ ଥାନାଧିକାରୀ ହୋଇଛନ୍ତି। ସେହିପରି ଖଣ୍ଡଗିରି ଥାନା ଆଇଆଇସି ଭାବେ ରଶ୍ମୀରଂଜନ ମହାପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି। ଚନ୍ଦ୍ରଶେଖରପୁର ଥାନା ଆଇଆଇସି ଭାବେ ବିଶ୍ୱରଂଜନ ନାୟକଙ୍କୁ, ଅମିତାଭ ମହାପାତ୍ରଙ୍କୁ ଖାରବେଳନଗର ଥାନା ଆଇଆଇସି ଭାବେ ନିଯୁକ୍ତ କରାଯାଇଛି। ବିଶ୍ୱଜିତ ମହାନ୍ତିଙ୍କୁ ଇନ୍‌ଫୋସିଟି ଥାନାରେ ଏବଂ ପରମାନନ୍ଦ ନାୟକଙ୍କୁ ନନ୍ଦନକାନନର ଅଧିକାରୀ ଭାବେ ନିୟୁକ୍ତି ଦିଅଯାଇଛି।

ଏପଟେ ହିମାଂଶୁ ଭୂଷଣ ସ୍ୱାଇଁଙ୍କୁ ବାଦାମବାଡ଼ି ଥାନାର ଆଇଆଇସି ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ରବି ନାରାୟଣ ଭଂଜ ମାଲଗୋଦାମ ଥାନାଧିକାରୀ ହୋଇଛନ୍ତି। ସେହିପରି ମନୋଜ ରୋଶନ ବିଲୁଙ୍ଗ ମଧୁପାଟଣା ଥାନାର ଆଇଆଇସି ହୋଇଛନ୍ତି। ଇମାନ୍‌ କଲ୍ୟାଣ ନାୟକଙ୍କୁ କ୍ୟାପିଟାଲ ଥାନା ଓ ବିଜୟିନୀଙ୍କୁ ସିଡିଏ ଥାନା ଅଧିକାରୀ ଭାବେ ବଦଳି କରାଯାଇଛି।

ସମ୍ବନ୍ଧିତ ଖବର