ଭୁବନେଶ୍ବର: ନବନିର୍ମାଣ କୃଷକ ସଂଗଠନର ହଜାର ହଜାର ଚାଷୀ ଲୋୟର ପିଏମଜିରେ ବିରାଟ ସମାବେଶ କରିବାକୁ ଭୁବନେଶ୍ବର ଆସୁଛନ୍ତି। ବିଭିନ୍ନ ବାଟ ଦେଇ ରାଜଧାନୀ ଭିତରକୁ ପ୍ରବେଶ କରିବା ପାଇଁ ଉଦ୍ୟମ କରୁଛନ୍ତି ଚାଷୀ । ପ୍ରାଇସ, ପେନସନ ଓ ପ୍ରେଷ୍ଟିଜ ଦାବିରେ ପୁଣି ଆନ୍ଦୋଳନକୁ ଜୋରଦାର କରିଛି ନବନିର୍ମାଣ କୃଷକ ସଂଗଠନ । ଦାବି ହାସଲ ଲାଗି ରାଜଧାନୀରେ ଅର୍ଥନୈତିକ ଅବରୋଧ କରିବା ସହ ଆଇନକୁ ହାତକୁ ନେବାକୁ ଧମକ ଦେଇଥିଲା ସଙ୍ଗଠନ । ତେବେ ଭୁବନେଶ୍ୱରରେ ପହଞ୍ଚିବା ପୂର୍ବରୁ ବିଭିନ୍ନ ସ୍ଥାନରେ ଶହ ଶହ ଚାଷୀଙ୍କୁ ଅଟକାଇଛି ପୋଲିସ୍ । ଚାଷୀଙ୍କୁ ଅଟକାଇବା ସହ ଅଧା ବାଟରୁ ଉଠାଇ ନେଇଛି ବୋଲି ସଙ୍ଗଠନ ପକ୍ଷରୁ ଅଭିଯୋଗ ହୋଇଛି । ଭୁବନେଶ୍ବର ଷ୍ଟେସନରେ ଶହ ଶହ ଚାଷୀ ବସି ରହିଥିବା ଖବର ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବରରେ ଚାଷୀଙ୍କ ପଦଯାତ୍ରାକୁ ରାଜଧାନୀ ଉପକଣ୍ଠରେ ଅଟକାଯାଇଥିଲା । ଚାଷୀଙ୍କୁ ସହର ଭିତରକୁ ଛଡାଯାଇ ନ ଥିଲା ।