ଭୁବନେଶ୍ୱର: ବଳପ୍ରୟୋଗ କରି ଧାରଣାରତ ଶିକ୍ଷକଙ୍କୁ ଘଉଡ଼ାଇ ଦେଲା ପୁଲିସ

ଭୁବନେଶ୍ୱର : ସରକାର ଶିକ୍ଷକମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ରଖି ନ ଥିବା ପ୍ରତିବାଦରେ ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲ ସମ୍ମୁଖରେ ମାଟ୍ରିକ ଖାତାଦେଖାକୁ ବର୍ଜନ କରି ଧାରଣା ଦେଇଥିବା ଶିକ୍ଷକମାନଙ୍କୁ ପୁଲିସ ଜୋର ଜବରଦସ୍ତ ଘଟଣାସ୍ଥଳରୁ ଘଉଡ଼ାଇ ଦେଇଛି। ଏଥିପାଇଁ ପୁଲିସ ଶିକ୍ଷକମାନଙ୍କ ଉପରେ ବଳପ୍ରୟୋଗ କରିଥିବା ଶିକ୍ଷକମାନେ ଅଭିଯୋଗ କରିଛନ୍ତି। ସେହିପରି ଆନ୍ଦୋଳନରତ ଶିକ୍ଷକ ସଂଘର ୩ ଜଣ ନେତାଙ୍କ ମଧ୍ୟ ପୁଲିସ ଅଟକ ରଖିତିବା ଅଭିଯୋଗ ହୋଇଛି।


ସୂଚନାଯୋଗ୍ୟ ଯେ ଆଜି ଠାରୁ ମାଟ୍ରିକ ପରୀକ୍ଷା ଖାତା ଦେଖା ଆରମ୍ଭ ହୋଇଥିବା ବେଳେ ଏହାକୁ ବ୍ଲକ୍‌ ଗ୍ରାଣ୍ଟ୍‌ ଶିକ୍ଷକମାନେ ବିରାଧ କରୁଛନ୍ତି। ବ୍ଲକ୍‌ ଗ୍ରାଣ୍ଟ ଶିକ୍ଷକମାନଙ୍କୁ ସତ୍ୟପାଠ ଦେବାନେଇ ସରକାରଙ୍କ ନିର୍ଦ୍ଦେଶ ପରିପ୍ରେକ୍ଷୀରେ ଶିକ୍ଷକମାନେ ପୂର୍ବରୁ ଆନ୍ଦୋଳନ କରିଥିଲେ। ସେତେବେଳେ,ଏହି ସତ୍ୟପାଠ ନିର୍ଦ୍ଦେଶାନାମା ଉଠାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ଅଦ୍ୟାବଧି ସରକାର ତାହା ପାଳନ କରି ନ ଥିବା ଅଭିଯୋଗ କରି ଶିକ୍ଷକମାନେ ମାଟ୍ରିକଖାତା ମୂଲ୍ୟାୟନ ବର୍ଜନ କରିଛନ୍ତି।

ସମ୍ବନ୍ଧିତ ଖବର