ରାଜଧାନୀରେ ପୁଲିସ ଏନ୍‌କାଉଣ୍ଟରରେ ଦୁଇ ଅପରାଧୀ ଆହତ

ଭୁବନେଶ୍ୱର: ମଙ୍ଗଳବାର ବିଭିନ୍ନ ଡକାୟତି ମାମଲାରେ ସମ୍ପୃକ୍ତ ଥିବା ଦୁଇ ଅପରାଧୀ କମିସନ୍‌ରେଟ ପୁଲିସ ସହ ଏନ୍‌କାଉଣ୍ଟରରେ ଆହତ ହୋଇଛନ୍ତି। ସେମାନଙ୍କ ଠାରୁ ଦୁଇଟି ଦେଶୀ ବନ୍ଧୁକ ଓ ଗୁଳି ଜବତ କରାଯାଇଛି । ଏହି ଦୁଇ ଅପରାଧୀଙ୍କ ନାମ ହରି ଓ ଲିପୁ ବୋଲି ଜଣାପଡ଼ିଛି।ସୂଚନାଯୋଗ୍ୟ, ହରି ଓ ଲିପୁ ଦୁହିଁଙ୍କ ନାମରେ ଅନେକ ଡକାୟତି ମାମଲା ଭୁବନେଶ୍ୱରର ବିଭିନ୍ନ ଥାନା ଓ ଜଗତସିଂହପୁରରେ ରହିଥିଲା। ପୁଲିସ ଆଖି ଧୁଳି ଦେଇ ଏମାନେ ବହୁ ଦିନ ଧରି ଅପରାଧ ଚଳାଇଥିଲେ। ସେମାନେ ଭୁବନେଶ୍ୱର ବାଲିଅନ୍ତା ଭଇଁଚୁଆଁରେ ଲୁଚିଥିବା ଖବର ପାଇ ପୁଲିସ ଗିରଫ କରିବାକୁ ଯାଇଥିଲା । ସେମାନେ  ଖସିଯିବାର ଉଦ୍ୟମ କରିବା ବେଳେ ଏନ୍‌କାଉଣ୍ଟରରେ ଅଭିଯୁକ୍ତ ହରି ମେଣ୍ଟାଲ ଓ ଲିପୁ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ଦୁହିଁଙ୍କୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର