ଅଫିସରେ ପଡ଼ି ଆଇଜି ଅମିତାଭ ଠାକୁର ଆହତ

କଟକ : ଆଇଜି ପୁଲିସ (ଆଇନ ଶୃଙ୍ଖଳା) ଅମିତାଭ ଠାକୁର ଆଜି ନିଜ ଅଫିସରେ ପଡ଼ି ଯାଇ ଆହତ ହୋଇଛନ୍ତି। ତାଙ୍କର ଡାହାଣ ଜଂଘରେ ଏକ କାଚ ପଶି ଯିବା ଫଳରେ ତାଙ୍କୁ କଟକ ବଡ ମେଡିକାଲ ନିଆଯାଇ ଅସ୍ତ୍ରୋପଚାର କରି କାଚ କଢା ଯାଇଛି। ସେ ଏବେ ସର୍ଜରି ବିଭାଗର ୨ ନମ୍ବର କ୍ୟାବିନ୍‌ରେ ରହି ଚିକିତ୍ସିତ ହେଉଛନ୍ତି। ସୂଚନା ଅନୁଯାୟୀ ଆଜି ଦିନ ପ୍ରାୟ ସାଢେ ଦୁଇଟା ବେଳେ ଆଇଜି ଶ୍ରୀ ଠାକୁର ରାଜ୍ୟ ପୁଲିସ୍‌ ମୁଖ୍ୟାଳୟରେ ଥିବା ନିଜ କାର୍ଯ୍ୟାଳୟରେ ଥିବା ବେଳେ ହଠାତ କୌଣସି କାରଣରୁ ଉଠି ଯାଇ ପଛୁଆ କେତେ ପଦ ଯାଇଥିଲେ। ପଛରେ ଥିବା କାଚ ଟି ପୟରେ ବାଜି ସେ ପଡି ଯାଇଥିବା ବେଳେ ସେହି ଟି ପୟ କାଚ ଭାଙ୍ଗି ତାଙ୍କ ଡାହାଣ ଜଂଘରେ ପଶି ଯାଇଥିଲା। ତୁରନ୍ତ ତାଙ୍କୁ କଟକ ବଡ ମେଡିକାଲ ନିଆଯାଇ ଚିକିତ୍ସା କରାଯାଇଥିଲା। ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ସମେତ ପୁଲିସ ବିଭାଗର ବହୁ ବରିଷ୍ଠ ଅଧିକାରୀ କଟକ ବଡ ମେଡିକାଲ୍‌ ଯାଇ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିଥିଲେ। ଶ୍ରୀ ଠାକୁର ଏବେ ସଂପୂର୍ଣ୍ଣ ବିପଦମୁକ୍ତ ଥିବା କୁହାଯାଉଛି।

ସମ୍ବନ୍ଧିତ ଖବର