ପୁଣି ସୁର ବାବାଙ୍କ ଆଶ୍ରମରେ ପୁଲିସ, ଯୁବତୀ ଅସଦାଚରଣ ଅଭିଯୋଗରେ ପଚରାଉଚରା

ଭୁବନେଶ୍ୱର: କୋଟି କୋଟି ଟଙ୍କାର ମାଲିକ ସୁରେନ୍ଦ୍ର ମିଶ୍ର ଓରଫ୍‌ ସୁର ବାବାଙ୍କ ଆଶ୍ରମରେ ରବିବାର ପୁଲିସ ଚଢ଼ାଉ କରିଛି। ସୂଚନା ଅନୁସାରେ ବାଲିପାଟଣା ଥାନା ଅନ୍ତର୍ଗତ ସୁର ବାବାଙ୍କ ତ୍ରାହି ଅଚ୍ୟୁତ ଆଶ୍ରମରେ ପୁଲିସ ଆଜି ଚଢ଼ାଉ କରିଛି। ଜଣେ ଯୁବତୀ ଥାନାରେ ଅସଦାଚରଣ ଅଭିଯୋଗ ଆଣିବା ପରେ ପୁଲିସ ଆଶ୍ରମରେ ପହଂଚିଛନ୍ତି। ପୁଲିସ ଆଶ୍ରମ ପହଂଚିଥିଲେ ବି ସୁର ବାବା ମୌନ ବ୍ରତରେ ଥିବାରୁ ପଚରାଉଚରା କରିପାରି ନଥିବା ଜଣାପଡ଼ିଛି। ପୁଲିସ ଆଶ୍ରମର ଅନ୍ୟ ବାବାମାନଙ୍କ ସହିତ କଥାବାର୍ତ୍ତା କରିଛି।

ସୂଚନାଯୋଗ୍ୟ, ଦୀର୍ଘ ୨୭ ମାସ ଜେଲରେ ରହିବା ପରେ ଝିଣ୍ଟି ଶାସନର ଅଚ୍ୟୁତ ନଗରକୁ ସୁର ବାବା ୨୦୧୭ ଡିସେମ୍ବର ୩ରେ ଫେରିଥିଲେ।ଶୂନ୍ୟ ପୋଥି ଖୋଲି ଅନ୍ୟର ଭବିଷ୍ୟତ ଗଣନା କରୁଥିବା ସୁର ବାବା କିନ୍ତୁ ନିଜ ପାଇଁ ପୋଥି ଖୋଲିବା ପୂର୍ବରୁ ଝାରପଡ଼ା ଜେଲ୍‌ର ଚାରି କାନ୍ଥ ଭିତରେ ପହଞ୍ଚି ଯାଇଥିଲେ। ବହୁ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ଗହଣରେ ପ୍ରାୟ ୨ବର୍ଷରୁ ଅଧିକ ସମୟ ବିତାଇବା ପରେ ନିଜ ଶ୍ରଦ୍ଧାଳୁଙ୍କ ପାଖକୁ ଫେରିଥିଲେ। ବହୁ ସଙ୍ଗିନ ଅପରାଧିକ ମାମଲାରେ ସୁର ବାବାଙ୍କ ନାମରେ ମାମଲା ଥିବାବେଳେ ସମସ୍ତ ମାମଲା ଏବେ ରାଜ୍ୟର ବିଭିନ୍ନ କୋର୍ଟରେ ବିଚରାଧୀନ ଅଛି। ହେଲେ ସୁର ବାବାଙ୍କୁ ସମସ୍ତ ମାମଲାରେ ଜାମିନ୍‌ ମିଳିଛି।

ସମ୍ବନ୍ଧିତ ଖବର