ପୁଲିସ ଇନ୍ସପେକ୍ଟରଙ୍କ ଆବେଦନ ଖାରଜ : ଭିଜିଲାନ୍ସ ଅଦାଲତରେ ଚାଲିବ ମାମଲା

କଟକ : ମୟୂରଭଞ୍ଜ ଜିଲ୍ଲାର ବଡସାହି ଥାନାର ପୂର୍ବତନ ଇନ୍ସପେକ୍ଟର ମମତା ପତିଙ୍କ ବିରୋଧରେ ଭିଜିଲାନ୍ସ ମାମଲା ଚାଲିବ। ତାଙ୍କ ବିରୋଧରେ ବିଚାରାଧୀନ ମାମଲାରେ ୨୦୧୭, ସେପ୍ଟମ୍ବର ୧୫ରେ ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ଗ୍ରହଣ କରିଥିବା କଗ୍‌ନିଜାନ୍ସ ନିର୍ଦ୍ଦେଶକୁ ଚାଲେଞ୍ଜ କରି ତତ୍କାଳୀନ ବଡସାହି ଆଇଆଇସି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜଷ୍ଟିସ ଜେ.ପି.ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ନିମ୍ନ ଅଦାଲତଙ୍କ ନିର୍ଦ୍ଦେଶରେ ହସ୍ତକ୍ଷେପର ଆବଶ୍ୟକତା ନାହିଁ ଦର୍ଶାଇ ଏ ସଂପର୍କିତ ଆବେଦନ ଖାରଜ କରିଛନ୍ତି। ଫଳରେ ତତ୍କାଳୀନ ଆଇଆଇସିଙ୍କ ବିରୋଧରେ ଭିଜିଲାନ୍ସ ଅଦାଲତରେ ମାମଲାର ଶୁଣାଣି ଚାଲିବ।

ସମ୍ବନ୍ଧିତ ଖବର