ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାନିଲେନି : ଆନ୍ଦୋଳନକୁ ଜୋର୍‌ଦାର୍‌ କଲେ ଆଇନଜୀବୀ

ବିଚାରପତିଙ୍କୁ ହାଇକୋର୍ଟ ଭିତରକୁ ଛାଡ଼ିଲେନି, ପ୍ରଧାନ ବିଚାରପତି, ମୁଖ୍ୟ ବିଚାରପତିଙ୍କ କୁଶପୁତ୍ତଳିକା ଦାହ,୩ ଯାଏ ଆନ୍ଦୋଳନ ବଳବତ୍ତର ରହିବ

କଟକ/ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାନିନାହାନ୍ତି ହାଇକୋର୍ଟ ଆଇନଜୀବୀ। ଆନ୍ଦୋଳନକୁ ପ୍ରତ୍ୟାହାର କରିବା ବଦଳରେ ଅଧିକ ଜୋର୍‌ଦାର୍‌ କରିଛନ୍ତି। ଏପରିକି, ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ବିଚାରପତିମାନଙ୍କୁ ହାଇକୋର୍ଟ ଭିତରକୁ ଛାଡ଼ି ନାହାନ୍ତି। ସୁପ୍ରିମକୋର୍ଟ ପ୍ରଧାନବିଚାରପତି ଓ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ଏହି ଘଟଣା ଉପରେ ରାଜ୍ୟ ସରକାର ତୀକ୍ଷ୍ମଣ ନଜର ରଖିଛନ୍ତି। ଆସନ୍ତା ସୋମବାର ଦିନ ଏ ସମ୍ପର୍କରେ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇବେ ବୋଲି ଜଣାପଡ଼ିଛି।

ଗତକାଲି ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ ଅଭିଜିତ ଆୟାରଙ୍କ ମାମଲା ସଂକ୍ରାନ୍ତ ଆବେଦନ ଉପରେ ଶୁଣାଣି କରିବାକୁ ଯାଇ ସୁପ୍ରିମକୋର୍ଟ ପୁଲିସ୍‌-ଆଇନଜୀବୀ ବିବାଦ ଘଟଣାରେ ହସ୍ତକ୍ଷେପ କରିଥିଲେ। ସୁପ୍ରିମକୋର୍ଟ ତାଙ୍କ ନିର୍ଦ୍ଦେଶରେ ଓଡ଼ିଶା ହାଇକୋର୍ଟ ବାର୍‌ ଆସୋସିଏସନ୍‌ ଓ ସମ୍ବନ୍ଧିତ ଅନ୍ୟ ଆସୋସିଏସନ୍‌କୁ ଆନ୍ଦୋଳନରୁ ନିବୃତ ରହି କାର୍ଯ୍ୟରେ ଯୋଗଦେବାକୁ କହିଥିଲେ। ଫଳରେ, ଅଗଷ୍ଟ ୨୯ ତାରିଖରୁ ଲାଗି ରହିଥିବା ପରିସ୍ଥିତି ଶାନ୍ତ ପଡ଼ିବ ବୋଲି ଅନୁମାନ କରାଯାଉଥିଲା। ମାତ୍ର, ଏହାର ଓଲଟା ପ୍ରତିଫଳନ ଦେଖିବାକୁ ମିଳିଥିଲା।

ଆଜି ସକାଳୁ ଆଇନଜୀବୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ହାଇକୋର୍ଟ ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ବିଚାରପତିଙ୍କ କାର‌୍‌ ହାଇକୋର୍ଟ ପରିସରକୁ ଯାଇ ପାରିନଥିଲା। ବିଚାରପତିମାନେ ଫାଟକଠାରୁ କିଛି ଦୂରରୁ କାର‌୍‌ରୁ ଓହ୍ଲାଇ ଚାଲି ଚାଲି ହାଇକୋର୍ଟ ପରିସରକୁ ପ୍ରବେଶ କରିଥିଲେ। ଜିଲ୍ଲା ଜଜ୍‌ ଅଦାଲତ ବାହାରେ ଆଇନଜୀବୀମାନେ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଥିବା ବେଳେ ଜିଲ୍ଲା ଜଜ୍‌ ଓ ଅନ୍ୟ ବିଚାର ବିଭାଗୀୟ ଅଧିକାରୀ ଓ କର୍ମଚାରୀ କିଛି ସମୟ ଅପେକ୍ଷା କରି ଫେରିଯିବାକୁ ବାଧୢ ହୋଇଥିଲେ। ଏହାପରେ ଆଇନଜୀବୀମାନେ ଅଭିଯୁକ୍ତଙ୍କ ଗିରଫଦାରୀ ଦାବି ଓ ଅନ୍ୟାନ୍ୟ ସ୍ଲୋଗାନ ଦେଇ ଏକ ଶୋଭଯାତ୍ରା କରିଥିଲେ। ଏହି ଶୋଭାଯାତ୍ରାରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଓ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା।

ଆନ୍ଦୋଳନ ଯୋଗୁ ଆଜି ମଧୢ କଚେରି ଅଞ୍ଚଳର ସମସ୍ତ ସରକାରୀ କାର୍ଯ୍ୟାଳୟ, ପୋଷ୍ଟ ଅଫିସ ବନ୍ଦ ରହିଥିଲା। ଆସନ୍ତାକାଲି କିନ୍ତୁ କୌଣସି ସରକାରୀ କାର୍ଯ୍ୟକାଳକୁ ବନ୍ଦ କରାଯିବ ନାହିଁ ବୋଲି ହାଇକୋର୍ଟ ବାର‌୍‌ ଆସୋସିଏସନ୍‌ ସ˚ପାଦକ ସତ୍ୟବ୍ରତ ମହାନ୍ତି ସୂଚନା ଦେଇଛନ୍ତି। କ୍ରିମିନାଲ କୋର୍ଟସ୍‌ ବାର‌୍‌ ଆସୋସିଏସନ୍‌ ସଭାପତି ଅକ୍ଷୟ କୁମାର ପତି କହିଛନ୍ତି ଯେ, ଶାନ୍ତପୂର୍ଣ୍ଣ ଢଙ୍ଗରେ ଆନ୍ଦୋଳନକୁ ବ୍ୟାପକ ଓ ତୀବ୍ର କରିବା ପାଇଁ ଆସନ୍ତାକାଲି ଆକ୍ସନ କମିଟି ବୈଠକରେ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ।

ଆଇନଜୀବୀ ସଂଘର ଅନ୍ୟ ବରିଷ୍ଠ ସଦସ୍ୟମାନେ କହିଥି‌େଲ ଯେ, ଏହି ମାମଲାରେ ହାଇକୋର୍ଟ ବାର‌୍‌ ଆସୋସିଏସନ୍‌ ଓ ରାଜ୍ୟର ଆଇନଜୀବୀ ସ˚ଘ ପକ୍ଷଭୁକ୍ତ ହୋଇ ନଥିଲେ। ଏଥିସହିତ ହାଇକୋର୍ଟ ବାର‌୍‌ ଆସୋସିଏସନ୍‌କୁ ପକ୍ଷ ରଖିବାକୁ ସୁଯୋଗ ନ ଦେଇ ସୁପ୍ରିମକୋର୍ଟ ଉପରୋକ୍ତ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ଏଭିଳି ରାୟ ଏକତରଫା ବୋଲି ସଦସ୍ୟମାନେ ଅଭିଯୋଗ କରିଥିଲେ। ଏପରି ପରିସ୍ଥିତିରେ ଏହି ରାୟକୁ ଗ୍ରହଣ କରି କାର୍ଯ୍ୟବନ୍ଦ ଆନ୍ଦୋଳନରୁ ଓହରିବାକୁ ଆଇନଜୀବୀମାନେ ରାଜି ହୋଇ ନଥିଲେ।

ଅନ୍ୟପକ୍ଷରେ, ଏହି ପ୍ରସ˚ଗରେ ବରିଷ୍ଠ ସଦସ୍ୟମାନଙ୍କ ମତାମତ ନିଆଯିବା ପାଇଁ ଆଜି ସ୍ଥିିର କରାଯାଇଛି। ଏଥିପାଇଁ ସୁପ୍ରିମକୋର୍ଟରେ ଦାୟର ଏ ସ˚ପର୍କିତ ଆବେଦନର ନକଲ ହାସଲ କରାଯିବ। ଏହି ପ୍ରସ˚ଗରେ ଆଇନଗତ ଦିଗ ଉପରେ ତର୍ଜମା କରାଯିବ ବୋଲି ବାର‌୍‌ ଆସୋସିଏସନ୍‌ ପକ୍ଷରୁ କୁହାଯାଇଛି। ଏଥିସହିତ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏପରି ନିଷ୍ପତ୍ତି ସ˚ପର୍କରେ ରାଜ୍ୟର ଅନ୍ୟ ବାର‌୍‌ ଆସୋସିଏସନ୍‌ ଗୁଡିକୁ ଅବଗତ କରାଯିବା ସହିତ ଅକ୍ଟୋବର ୩ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବାକୁ ଅନୁରୋଧ କରାଯାଇଛି।

ଏହି ପରିପ୍ରେକ୍ଷୀରେ. ହାଇକୋର୍ଟ ବାର‌୍‌ ଆସୋସିଏସନ୍‌ ଉପସଭାପତି ବ˚ଶୀଧର ଶତପଥୀଙ୍କ ଅଧୢକ୍ଷତାରେ ଅନୁଷ୍ଠିତ ବୈଠକରେ ସ˚ପାଦକ ସତ୍ୟବ୍ରତ ମହାନ୍ତି, ଯୁଗ୍ମସ˚ପାଦକ ର˚ଜନ ନାୟକ, ସହକାରୀ ସ˚ପାଦକ ପ୍ରଦୀପ ମହାନ୍ତି, ପାଠାଗାର ସହକାରୀ ସ˚ପାଦକ ସୁରେଶ ଜେନା, ସମସ୍ତ କାର୍ଯ୍ୟନିର୍ବାହୀ ସଦସ୍ୟ, କଟକ ବାର‌୍‌ ସଭାପତି ଉମାକାନ୍ତ ନନ୍ଦ, ସ˚ପାଦକ ନରେଶ ଚନ୍ଦ୍ର ଜେନା, କ୍ରିମିନାଲ କୋର୍ଟସ୍‌ ବାର‌୍‌ ଆସୋସିଏସନ୍‌ ସଭାପତି ଅକ୍ଷୟ କୁମାର ପତି, ଉପସଭାପତି ଟଙ୍କଧର ମିଶ୍ର, ସ˚ପାଦକ ପ୍ରଦୀପ ପରିଡାଙ୍କ ସହିତ ଶତାଧିକ ଆଇନଜୀବୀ ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ, ଏହି ଘଟଣା ଉପରେ ରାଜ୍ୟ ସରକାର ତୀକ୍ଷ୍ଣ ନଜର ରଖିଛନ୍ତି। ଆଇନଜୀବୀମାନେ ଆନ୍ଦୋଳନ ଜାରି ରଖିଥିବାରୁ ତଥା ସୁପ୍ରିମକୋର୍ଟଙ୍କ ଆଦେଶକୁ ମାନି ନଥିବାରୁ ଏ ସମ୍ପର୍କରେ ରାଜ୍ୟ ସରକାର ଓକିଲଙ୍କ ଦ୍ୱାରା ପ୍ରଧାନବିଚାରପତିଙ୍କ ନିକଟରେ ଅବଗତ କରିବେ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର