୭କୁ ଘୁଞ୍ଚିଲା ପୁଲିସ ମହାସ˚ଘ ଆନ୍ଦୋଳନ

କଟକ : ରାଜ୍ୟ ହାବିଲ୍‌ଦାର, କନ୍‌ଷ୍ଟେବଳ ଓ ସିପାହୀ ମହାସ˚ଘର କାର୍ଯ୍ୟବନ୍ଦ ଆନ୍ଦୋଳନ ୭ ତାରିଖକୁ ଘୁଞ୍ଚିଲା। ରାଜ୍ୟ ସରକାର ରବିବାର ମହାସ˚ଘକୁ ଦୁଇ ଦିନ ସମୟ ମାଗିଛନ୍ତି। ଏହି ଦୁଇ ଦିନ ମଧ୍ୟରେ ୧୨ ଦଫା ଦାବି ସମ୍ପର୍କରେ ସରକାର ବିଚାର ବିମର୍ଷ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଆସନ୍ତା ୬ ତାରିଖରେ ଏ ସ˚କ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି ଶୁଣାଇବାକୁ ସ୍ଥିର ହୋଇଛି। ତେଣୁ ପୁଲିସ ସ˚ଘ ସୋମବାରଠୁ କରିବାକୁ ଥିବା ଆନ୍ଦୋଳନକୁ ଅସ୍ଥାୟୀ ଭାବେ ସ୍ଥଗିତ କରିଛି। ୬ ତାରିଖ ସୁଦ୍ଧା ଦାବିଗୁଡ଼ିକ ପୁରଣ ନହେଲେ ୭ ତାରିଖରେ ସମସ୍ତ ପୁଲିସ କର୍ମଚାରୀ କଳାବ୍ୟାଜ୍‌ ପିନ୍ଧିବା ସହିତ ୮ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବାକୁ ମହାସ˚ଘ ସଭାପତି ସନ୍ତୋଷ ଶତପଥୀ ସୂଚନା ଦେଇଛନ୍ତି।

ଓଡ଼ିଶା ପୁଲିସ ହାବିଲ୍‌ଦାର, କନ୍‌ଷ୍ଟେବଳ ଓ ସିପାହୀ ମହାସ˚ଘ ପକ୍ଷରୁ କର୍ମଚାରୀଙ୍କ ସପ୍ତମ ବେତନ ହାରରେ ଥିବା ଅସ˚ଗତି ଦୂର ପାଇଁ ବହୁବାର ଦାବି କରାଯାଇଛି। ୧୩ ମାସିଆ ଦରମା, ବର୍ଦ୍ଧିତ ଘରଭଡ଼ା, ଯାତାୟତ ଭତ୍ତା, ପୋଷାକର ରକ୍ଷଣାବେକ୍ଷଣ ଭତ୍ତା, ସ୍ବତନ୍ତ୍ର ପ୍ରୋତ୍ସାହନ ଭତ୍ତା, ବାଟାଲିୟନ୍‌ ଭତ୍ତା, କଠିନ ପାରିଶ୍ରମିକ ଭତ୍ତା, ସ୍ବାସ୍ଥ୍ୟ ବୀମା, ଠିକା କର୍ମଚାରୀ ନିଯୁକ୍ତି ଉଚ୍ଛେଦ ପାଇଁ ବାରମ୍ବାର ଦାବି କରାଯାଇଛି। ଦାବି ପୁରଣ ନହେବାରୁ ଗତ ଜାନୁଆରି ୨୦ ତାରିଖରେ ମହାସ˚ଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଆସନ୍ତା ୪ ତାରିଖରେ ରାଜ୍ୟର ମୋଟ ୬୨ ହଜାର ପୁଲିସ କର୍ମଚାରୀ ସମୂହ ଛୁଟିରେ ଯିବାକୁ ନିଷ୍ପତ୍ତି ନେଇଥିଲେ। ଜାନୁଆରି ୩୦ ତାରିଖରେ ମହାସ˚ଘ ଏବ˚ ରାଜ୍ୟ ସରକାରଙ୍କ ମଧ୍ୟରେ ଆଲୋଚନା କରାଯାଇ ଦାବିଗୁଡ଼ିକ ଅନୁଧ୍ୟାନ କରାଯାଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ସକାରାତ୍ମକ ସ˚କେତ ନଆସିବାରୁ ୪ ତାରିଖରୁ କଳାବ୍ୟାଜ ପିନ୍ଧିବା ସହିତ ୫ରୁ କାର୍ଯ୍ୟବନ୍ଦ ଆନ୍ଦୋଳ ସମ୍ପର୍କରେ ଘୋଷଣା କରାଯାଇଥିଲା। ଆଜି ପୁଣି ରାଜ୍ୟ ସରକାର ଏବ˚ ମହାସ˚ଘ ମଧ୍ୟରେ ଆଲୋଚନା ପରେ ସରକାର ଦୁଇ ଦିନ ସମୟ ମାଗିଛନ୍ତି। ଏହି ଦୁଇ ମଧ୍ୟରେ ସମସ୍ତ ଦାବି ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେବାରୁ ମହାସ˚ଘ ଆସନ୍ତାକାଲି କଳାବ୍ୟାଜ ଓ କାର୍ଯ୍ୟବନ୍ଦ ଆନ୍ଦୋଳକୁ ୭ ତାରିଖ ପର୍ଯ୍ୟନ୍ତ ଘୁୁଞ୍ଚାଇ ଦେଇଛି। ୬ ତାରିଖ ସୁଦ୍ଧା ନିଷ୍ପତ୍ତି ଗ୍ରହଣ କରି ସରକାରୀ ବିଜ୍ଞପ୍ତି ପ୍ରକାଶ ନକଲେ ଆନ୍ଦୋଳନକୁ ଓହ୍ଲାଇବାକୁ ମହାସ˚ଘ ଆଜି ବୈଠକରେ ନିଷ୍ପତ୍ତି ଗ୍ରହଣ କରିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର