ଡାବୁଗାଁ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଖୁଡୁଖୁଡି ଖେଳ ଉପରେ ଚଢ଼ାଉ, ୨୭ ଜଣଙ୍କ ନାମରେ ମାମଲା ରୁଜୁ, ୭୦୯୦ ଟଙ୍କା ଜବତ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଂଚଳରେ ବିଭିନ୍ନ ସ୍ଥାନରେ ପୁଲିସ ଚଢ଼ାଉ କରି ବେଆଇନ ଭାବେ ଚାଲିଥିବା ଖୁଡୁଖୁଡି ଖେଳ ଉପରେ ଚଢ଼ାଉ କରି ୨୭ ଜଣଙ୍କ ନାମରେ ୪୨, ୪୩, ୪୪, ୪୭, ୪୮ ଓ ୪୯/୨୦ ରେ ମାମଲା ରୁଜୁ କରିଥିବା ବେଳେ ଖୁଡୁଖୁଡି ଖେଳରୁ ୭୦୯୦ ଟଙ୍କା ଜବତ କରିଛନ୍ତି।

ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଂଚଳରେ ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଖୁଡୁଖୁଡି ଖେଳ ଚାଲୁଥିବା ନେଇ ଡାବୁଗାଁ ପୁଲିସକୁ ଖବର ଆସିଥିଲା। ଏହି କ୍ରମରେ ଡାବୁଗାଁ ପୁଲିସ ଗତ ୨୪ ତାରିଖ ସୋମବାର ଠାରୁ ବୁଧବାର ୨୭ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଖୁଡୁଖୁଡି ଖେଳ ଉପରେ ଅତର୍କିତ ଚଢ଼ାଉ କରିଥିଲେ। ୨୪ ତାରିଖ ସୋମବାରରେ ଡାବୁଗାଁ ପୁଲିସର ଏକ ଦଳ ଗରୁଡ ଗୁଡ଼ାରେ ଚଢାଉ କରି ବେଆଇନ ଭାବେ ଚାଲୁଥିବା ଖୁଡୁଖୁଡି ଖେଳରୁ ୧୨୫୦ ଟଙ୍କା ଜବତ କରିବା ସହ ଖୁଡୁଖୁଡି ଖେଳରେ ବ୍ୟବହୃତ ସାମଗ୍ରୀ ଜବତ କରି ୪ ଜଣଙ୍କ ନାମରେ ମାମଲା ରୁଜୁ କରିଥିଲେ। ସେହିପରି ଯୁନାପାଣିରେ ୬୫୦ ଟଙ୍କା ସହ ୩ ଜଣଙ୍କ ନାମରେ ମାମଲା ରୁଜୁ କରିଥିଲେ। ୨୫ ତାରିଖ ମହେନ୍ଦ୍ରି ଗ୍ରାମରେ ଚାଲୁଥିବା ଖୁଡୁଖୁଡି ଖେଳରେ ପୁଲିସ ଚଢ଼ାଉ କରି ୪ ଜଣଙ୍କ ନାମରେ ମାମଲା ରୁଜୁ କରି ୧୦୫୦ ଟଙ୍କା ଜବତ କରିଥିଲେ।

ସେହିପରି ଜଟାବାଲରେ ଚାଲିଥିବା ଖୁଡୁଖୁଡି ଖେଳରେ ଚଢ଼ାଉ କରି ୧୪୦୦ ଟଙ୍କା ଜବତ କରିବା ସହ ୪ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ଚାରଗାଁରେ ଚଢାଉ କରି ୯୭୦ ତାଙ୍କ ଜବତ କରି ୪ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ଲକଟି ପଦର ଗ୍ରାମରେ ଚଢ଼ାଉ କରି ୯୧୦ ଟଙ୍କା ଜବତ କରିବା ସହ ୪ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ରାଉଳିଗୁଡ଼ାରେ ଚାଲିଥିବା ଖୁଡୁଖୁଡି ଖେଳରେ ଚଢ଼ାଉ କରି ୮୬୦ ଟଙ୍କା ଜବତ କରିବା ସହ ୪ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।

ତେବେ ଗତ ସୋମବାର ଠାରୁ ଡାବୁଗାଁ ପୁଲିସ ବିଭିନ୍ନ ଖୁଡୁଖୁଡି ଖେଳରେ ଚଢ଼ାଉ ଜାରି ରଖିଥିବାରୁ ଖୁଡୁଖୁଡି ଖେଳାଳିମାନଙ୍କ ଭିତରେ ଆତଙ୍କ ଛାଇ ଯାଇଥିବା ବେଳେ ଆଗାମୀ ଦିନରେ ମଧ୍ୟ ଏପରି ବେଆଇନ ଭାବେ ଚାଲୁଥିବା ଖୁଡୁଖୁଡି ଖେଳ ଉପରେ ଚଢ଼ାଉ ଜାରି ରହିବ ବୋଲି ଥାନା ଅଧିକାରୀ ସୁରେନ୍ଦ୍ର କୁମାର ବେହୁରି କହିଛନ୍ତି।

ସମ୍ବନ୍ଧିତ ଖବର