ଇଂଲଣ୍ଡରେ ବିଶ୍ୱକପ, ଷ୍ଟିଲସିଟିରେ କ୍ରିକେଟ ଜୁଆ

ରାଉରକେଲା: ଇଂଲଣ୍ତରେ ଆଇସିସି କ୍ରିକେଟ ବିଶ୍ୱକପ ୨୦୧୯ ଚାଲିଛି | ଏହାକୁ ନେଇ କିନ୍ତୁ ଏହାକୁ ନେଇ ବେଟିଂ ଏବେ ଜୋରସୋରରେ ଚାଲିଛି | ରାଉରକେଲାରେ କ୍ରିକେଟ ବେଟିଂ ଚାଲିଥିବାବେଳେ ପୁଲିସ ଅତର୍କିତ ଚଢ଼ାଉ କରିଛି | ଏଠାରୁ ପୁଲିସ ୩୧ ଲକ୍ଷ ଟଙ୍କା ଜବତ କରିଥିବାବେଳେ ୨ ଜଣଙ୍କୁ ରାଉରକେଲା ପ୍ଲାଣ୍ଟସାଇଟ ପୁଲିସ ଗିରଫ କରିଛି |

ଏମାନଙ୍କ ପାଖରୁ ପୁଲିସ ୧୭ଟି ମୋବାଇଲ ମଧ୍ୟ ଜବତ କରିଛି | ମିଳିଥିବା ସୂଚନା ମୁତାବକ ପ୍ଲାଣ୍ଟସାଇଟ ଥାନା ଅଞ୍ଚଳରେ ଥିବା ଜନତା ନିବାସ ଗଳି ଓ ଦେଓଗାଁ ରେ ବିଶ୍ୱକପ କ୍ରିକେଟକୁ ନେଇ ବେଟିଂ ଚାଲିଥିବାର ଖବର ପହଞ୍ଚିଥିଲା | ଏସପି ସାର୍ଥକ ଷଢଙ୍ଗୀଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ ବିଲମ୍ବିତ ରାତିରେ ଚଢ଼ାଉ କରିଥିଲା | ପୁଲିସ ୨ ଜଣଙ୍କୁ ଗିରଫ କରିଥିଲା |

ଏହି ଦୁଇଜଣ ହେଉଛନ୍ତି ଜନତା ନିବାସ ଗଳିର ନାଗରମଲ୍ଲ ଅଗ୍ରୱାଲ ଓ ସୁନୀଲ ଅଗ୍ରୱାଲ | ତେବେ ଏହି ବେଟିଂ ରାକେଟର ଚେର କେତେ ଦୂର ଲମ୍ବିଛି ପୁଲିସ ତାହାର ତଦନ୍ତ କରୁଛି | ବର୍ତ୍ତମାନ ସାରା ଦେଶରେ ବିଶ୍ୱକପ ଫିଭର ଚାଲିଥିବାବେଳେ ସକ୍ରିୟ ହୋଇପଡିଛନ୍ତି ସଟ୍ଟା ବେପାରୀ |

ସମ୍ବନ୍ଧିତ ଖବର