ବ୍ୟବସାୟୀଙ୍କୁ ଉଦ୍ଧାର କଲା ପୁଲିସ

ମନମୁଣ୍ଡା:  ମଙ୍ଗଳବାର ମଧ୍ୟାହ୍ନ ୧୨ଟାରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଦହ୍ୟା ହାଟପଦା ନିକଟରେ ଦୁଇ ଜଣ ବ୍ୟବସାୟୀଙ୍କୁ ଗ୍ରାମବାସୀ ଅଟକ ରଖିବା ସହ ନିର୍ଧୂମ ପିଟିଛନ୍ତି। ଆଜି ମଧ୍ୟାହ୍ନ ୧୨ଟାରେ  ମଧ୍ୟପ୍ରଦେଶର ୨ ଜଣ ବ୍ୟବସାୟୀ ରାହୁଲ ବନଜାରା (୧୯) ଓ ଅର୍ଜୁନ ପରମର୍‌ (୨୨) ପ୍ଲାଷ୍ଟିକ ଗମଲା ଓ ଦରି ବିକ୍ରି ପାଇଁ ଦହ୍ୟା ଅଞ୍ଚଳକୁ ଯାଇଥିଲେ। ଏମାନେ ସୋନପୁରରେ କ୍ୟାମ୍ପ କରି ସେଠାରୁ ବାହାରି ବିଭିନ୍ନ ସ୍ଥାନକୁ ଉକ୍ତ ଜିନିଷ ବିକ୍ରି କରିବାକୁ ଯାଇଥାନ୍ତି। ୧୨ଟାରେ ଖରା ହେବାରୁ ଦହ୍ୟା ବସ୍‌ଷ୍ଟାଣ୍ଡ ନିକଟ ଏକ ଗଛ ତଳେ ଆଶ୍ରୟ ନେଇଥିବା ବେଳେ କିଛି ଲୋକ ଆସି ଏମାନଙ୍କୁ ପିଲା ଚୋର ଭାବି ଗାଁକୁ ନେବା ସହ ନିର୍ଧୂମ ପିଟିଥିଲେ। କୌଣସି ସୂତ୍ରରୁ ଖବର ପାଇ ମନମୁଣ୍ଡା ପୁଲିସ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ମନମୁଣ୍ଡା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରିଥିଲେ। ପରେ ସେମାନଙ୍କୁ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର