କେନ୍ଦ୍ରାପଡା: ନିଜାମୁଦ୍ଦିନ ଧାର୍ମିକ ସମାବେଶରୁ ଓଡ଼ିଶା ଫେରନ୍ତାଙ୍କୁ ନେଇ କେନ୍ଦ୍ରାପଡାରେ ତନାଘନା । ଏହି ସମାବେଶରେ ଯୋଗ ଦେଇ ଫେରିଥିବା ଜଣଙ୍କୁ କେନ୍ଦ୍ରାପଡାରେ ଚିହ୍ନଟ କରିଛି ଜିଲ୍ଲା ପ୍ରଶାସନ । ତାଙ୍କୁ ଆଇସୋଲେସନରେ ରଖାଯାଇଥିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ । ଏହାସହିତ ପରିବାର ଲୋକଙ୍କୁ ହୋମ କ୍ୱାରେଂଟିନରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
oneindiaସମ୍ପୃକ୍ତ ବ୍ୟକ୍ତି ଦିଲ୍ଲୀରୁ ଫେରିବା ପରେ କେଉଁଠିକୁ ଯାଇଥିଲେ ଓ କାହାକାହା ସଂସ୍ପର୍ଶରେ ଆସିଥିଲେ ସେ ନେଇ ଅନୁସନ୍ଧାନ ଜାରି ରହିଛି ବୋଲି ଜିଲ୍ଲାପାଳ କହିଛନ୍ତି ।
Photo-Thenewsminuteସେପଟେ ଦିଲ୍ଲୀ ନିଜାମୁଦ୍ଦିନ ଧାର୍ମିକ ସମାବେଶରେ ଯୋଗ ଦେଇ ଫେରିଥିବା ଓଡିଆଙ୍କୁ ଖୋଜୁଛି ପୁଲିସ । କେଉଁମାନେ ଏହି ସମାବେଶରେ ଯୋଗ ଦେଇ ଓଡିଶା ଫେରିଛନ୍ତି ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ପୁଲିସ ଖୋଜୁଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାର । ଏହା ସହିତ ସେମାନଙ୍କୁ ସଙ୍ଗରୋଧରେ ରଖିବାକୁ ବ୍ୟବସ୍ଥା କରାଯାଉଥିବା ସେ କହିଛନ୍ତି । ଗତ ୨୦ତାରିଖରେ ତବଲିଗ୍-ଇ-ଜମାତ ଧାର୍ମିକ ସମ୍ମିଳନୀରେ ୧୫ ଓଡିଆ ସାମିଲ ହୋଇ ଓଡିଶା ଫେରିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/Searching-Nizamuddin-Returns-in-Kendrapada_Thumbnail.jpg)