ମାଜିଷ୍ଟ୍ରେଟ ଓ ବିଡିଓଙ୍କ ଉପସ୍ଥିତିରେ ପୁଲିସ ଖୋଲିଲା ସ୍ମିତାରାଣୀଙ୍କ ସରକାରୀ ବାସଭବନ; ଅଲମିରା ଭାଙ୍ଗି ଯାଞ୍ଚ କରାଗଲା

ଯାଜପୁର: ଯାଜପୁର ଜିଲ୍ଲା ହରିଦାସପୁର ପଞ୍ଚାୟତର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ ତାଙ୍କର ସରକାରୀ ବାସଭବନରେ ଆଜି ପୁଲିସ ପହଞ୍ଚି ଛାନଭିନ୍ କରିଛି। ତାଙ୍କର ସରକାରୀ ବାସଭବନରେ ଥିବା ଆଲମିରାକୁ ଆଜି ମାଜିଷ୍ଟ୍ରେଟ , ପୁଲିସ, ବିଡିଓ, ସ୍ମିତାରାଣୀଙ୍କ ସ୍ମାମୀ ସୁଶୀଲ ବିଶ୍ୱାଳଙ୍କ ଉପସ୍ଥିତିରେ ଖୋଲାଯାଇଛି । ପିଇଓ ସ୍ମିତାରାଣୀଙ୍କ ଆଲମିରା ଭଙ୍ଗାଯାଇଛି । ଆଲମିରା ଖୋଲିବା ସମୟରେ ତହସିଲଦାର ସରୋଜ କୁମାର ପଣ୍ଡା, ବିଡିଓ ହେମନ୍ତ କୁମାର ସ୍ୱାଇଁ, ଧର୍ମଶାଳା ଥାନା ଅଧିକାରୀ ସରୋଜ କୁମାର ସାହୁ ଉପସ୍ଥିତ ଥିଲେ । ଗତ ୧୬ ତାରିଖରୁ ତାଙ୍କର ସରକାରୀ ବାସଭବନ ବନ୍ଦଥିଲା।

ସେପଟେ ବିଧାନସଭା ପ୍ରଶ୍ନକାଳରେ ଆଜି ମଧ୍ୟ  ବିଜେପି ବିଧାୟକ ପ୍ରତିବାଦ ଜଣାଇଥିଲେ । ଶନିବାର  ସ୍ମିତାରାଣୀ ମୃତ୍ୟୁ ମାମଲାରେ କାନ୍ଧରେ କଳା ଗାମୁଛା ପକାଇ ପ୍ରତିବାଦ କରିବା ସହ ଗୃହ ତ୍ୟାଗ କରିଚନ୍ତି ବିଜେପି ସଦସ୍ୟ । ଘଟଣାର ସିବିଆଇ ତଦନ୍ତ ଦାବି କରି ଆସୁଥିବା ବିଜେପି ଆଜି ପ୍ରଶ୍ନକାଳରେ ପୁଣି ସ୍ମିତାରାଣୀ ପ୍ରସଙ୍ଗ ଉଠାଇଛି । ଗୃହରେ ବାଚସ୍ପତି ବାରମ୍ବାର ବିଜେପି ସଦସ୍ୟଙ୍କୁ ବସିବା ପାଇଁ ଅନୁରୋଧ କରିଥିବା ବେଳେ ଶେଷରେ ଗୃହରୁ ବାହାରି ଆସି ଗାନ୍ଧଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିଲେ ବିଜେପି ବିଧାୟକ ।

ସମ୍ବନ୍ଧିତ ଖବର